Advertisment

ଆମରଣ ଅନଶନରେ ବସିଥିବା ମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା

ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଆତିଶୀ ନିଜ ଜିଦରେ ଅଟଳ ରହିଛନ୍ତି। ଦିଲ୍ଲୀବାସୀଙ୍କୁ ପାଣି ଠିକ ଭାବେ ନ ଯୋଗାଣ ହେବା ଯାଏ ସେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି।

Atishi

Atishi

Advertisment

ହରିୟାଣା ସରକାର ଦିଲ୍ଲୀ ଭାଗ ପାଣି ଛାଡ଼ିବା ଦାବିରେ ଆମରଣ ଅନଶନ କରୁଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ସେ ଆରମ୍ଭ କରିଥିବା ଅନଶନ ଆଜି ୪ର୍ଥ ଦିନରେ ପହଞ୍ଚିଛି।

Advertisment

ଆଜି ୪ର୍ଥ ଦିନରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ (ଏଲଏନଜେପି) ହସ୍ପିଟାଲର ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଛନ୍ତି। ଯାଞ୍ଚ ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେଣୁ ଆତିଶୀଙ୍କୁ ସେମାନେ ତୁରନ୍ତ ହସ୍ପିଟାଲରେ ଆଡମିଟ ହେବାକୁ ପରାମର୍ଶ ଦେଇଛନ୍ତି।

ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଆତିଶୀ ନିଜ ଜିଦରେ ଅଟଳ ରହିଛନ୍ତି। ଦିଲ୍ଲୀବାସୀଙ୍କୁ ପାଣି ଠିକ ଭାବେ ନ ଯୋଗାଣ ହେବା ଯାଏ ସେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି, “ମୋ ରକ୍ତ ଚାପ ଓ ସର୍କାର ସ୍ତର କମିବାରେ ଲାଗିଛି। ମୋ ଓଜନ ମଧ୍ୟ ହ୍ରାସ ପାଇଲାଣି। କେଟୋନ ସ୍ତର ମଧ୍ୟ ଅତ୍ୟଧିକ ଅଧିକ ହୋଇଗଲାଣି, ଯାହା ପରବର୍ତ୍ତୀ ସମୟରେ କ୍ଷତିକାରକ ସାବ୍ୟସ୍ତ ହେବ।”

ଏସବୁ ସତ୍ତ୍ୱେ ଆତିଶୀ ହସ୍ପିଟାଲ ଯିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, “ଶରୀର ଯେତେ କଷ୍ଟ ପାଇଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ। ହରିୟାଣା ପାଣି ରିଲିଜ ନ କରିବା ଯାଏ ମୁଁ ମୋର ଆନ୍ଦୋଳନ ଜାରି ରଖିବି।”

ବର୍ତ୍ତମାନ ଦିଲ୍ଲୀରେ ଜଳସଙ୍କଟ ଦେଖା ଯାଇଥିବା ବେଳେ ହରିୟାଣର ବିଜେପି ସରକାର ୪୬ କୋଟି ଲିଟର ଜଳ ଛାଡ଼ୁ ନାହାନ୍ତି। ଏଥିଯୋଗୁ ଦିଲ୍ଲୀର ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆତିଶୀ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ଆତିଶୀ ଜଙ୍ଗପୁରାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।

Delhi Arvind Kejriwal AAP Atishi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe