Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପ୍ରମୁଖ ପରାସ୍ତ ହୋଇଥିବା ବେଳେ ଆତିଶୀ ଅଳ୍ପ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଅଦ୍ୟତନ ହୋଇଛି
Atishi

Atishi

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଉପ ରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଆତିଶୀ ଇସ୍ତଫା ଦେଇଛନ୍ତି। 

Advertisment

ଏହି ନିର୍ବାଚନରେ ଆପ୍‌ର ବିପର୍ଯ୍ୟୟ ଘଟିଛି। ୨୦୨୦ରେ ୬୨ଟି ଆସନ ଜିତିଥିବା ଆପ୍ ଏଥର ମାତ୍ର ୨୨ଟିରେ ବିଜୟ ହାସଲ କରିଛି। ଏହାର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପ୍ରମୁଖ ପରାସ୍ତ ହୋଇଛନ୍ତି। ସେହିପରି ସୌରଭ ଭରଦ୍ୱାଜ ଓ ସୋମନାଥ ଭାରତୀଙ୍କ ଭଳି ବଡ଼ ବଡ଼ ନେତା ମଧ୍ୟ ହାରି ଯାଇଛନ୍ତି। ତେବେ ଆତିଶୀ ବିଜୟୀ ହୋଇଛନ୍ତି। ସେ କାଲକାଜି ଆସନରୁ ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛି। ଆତିଶୀଙ୍କୁ ୫୨,୦୫୮ ଖଣ୍ଡ ଭୋଟ୍ ମିଳିଥିଲା। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ରମେଶ ବିଧୁରୀଙ୍କୁ ୩୫୮୦ ଭୋଟ୍‌ରେ ପରାସ୍ତ କରିଛନ୍ତି।     

ଅନ୍ୟପକ୍ଷରେ ୪୮ଟି ଆସନରେ ବିଜୟ ହାସଲ କରିଥିବା ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ ଶାସନ କରିବାକୁ ଯାଉଛି। ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ସେ ନେଇ କିଛି ଘୋଷଣା କରାଯାଇନାହିଁ। ଏହି ପଦ ପାଇଁ ଯେଉଁ କେତେ ଜଣଙ୍କ ନାଁ ଶୁଣିବାକୁ ମିଳିଛି, ସେମାନଙ୍କ ମଧ୍ୟରେ ପ୍ରଭେଶ ସାହିବ ସିଂହ ବର୍ମାଙ୍କ ନାଁ ସର୍ବାଗ୍ରେ ରହିଛି ବୋଲି କୁହାଯାଉଛି। ସେ ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ୪ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରୁ ଫେରିବା ପରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ଶୁଣିବାକୁ ମିଳିଛି। 

Advertisment
AAP Atishi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe