Advertisment

ଆପ୍‌ ନେତ୍ରୀ ଆତିଶୀଙ୍କୁ କୋର୍ଟ ସମନ

କୋର୍ଟ ଆତିଶୀଙ୍କୁ ଜୁନ ୨୯ରେ ହାଜର ହେବାକୁ ସମନ କରିଛନ୍ତି।

author-image
Hemant Lenka
Atishi

Atishi

ବଢ଼ିଲା ଆପ୍‌ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀଙ୍କ ଅଡ଼ୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁର ରୁଜୁ କରିଥିବା ମାନହାନୀ କେସ୍‌ରେ କୋର୍ଟ ଏପରି ସମନ କରିଛନ୍ତି। କୋର୍ଟ ଆଜି ଆତିଶୀଙ୍କୁ ଜୁନ ୨୯ରେ ହାଜର ହେବାକୁ ସମନ କରିଛନ୍ତି।

Advertisment

ବିଜେପି ଦିଲ୍ଲୀର କ୍ଷମତାସୀନ ଆପ୍‌ର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଆତିଶୀ ଅଭିଯୋଗ କରିଥିଲେ। ଏନେଇ ତାଙ୍କ ପାଖରେ ଫୋନ କଲ ରେକର୍ଡ ରହିଥିବା ମଧ୍ୟ ସେ ଦାବି କରିଥିଲେ।

ଆପ୍‌ର ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଥିଲା। ଦଳ ପକ୍ଷରୁ ପ୍ରମାଣ ଉପସ୍ଥାପନ କରିବାକୁ ଆପ୍‌କୁ ଚ୍ୟାଲେଞ୍ଜ ଦିଆଯାଇଥିଲା। ଏଥିସହ ପ୍ରବୀଣ ଶଙ୍କର କପୁର କୋର୍ଟରେ ପହଞ୍ଚି ଆତିଶୀଙ୍କ ବିରୋଧରେ ମାନହାନୀ କେସ୍‌ କରିଥିଲେ।

Advertisment

ସେ ମାନହାନୀ କେସ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରବୀଣ କହିଛନ୍ତି ଯେ ଆତିଶୀ ଓ ଆପର ଘୋଡ଼ା ବେପାର ଅଭିଯୋଗ ତାଙ୍କର ଓ ତାଙ୍କ ଦଳର ସମ୍ମାନକୁ କ୍ଷତି ପହଞ୍ଚାଇଛି। କୋର୍ଟ ଏହାର ବିଚାର କରି ଆତିଶୀଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରିଛନ୍ତି ଓ ତାଙ୍କୁ ଜୁନ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏପ୍ରିଲ ୩୦ରେ ବିଜେପି ନେତା ପ୍ରବୀଣ ମାନହାନୀ କେସ ଫାଇଲ କରିଥିଲେ। ଆପ୍‌ ନେତାମାନେ ବିଧାୟକମାନଙ୍କୁ କିଣିବା ପାଇଁ ବିଜେପି କରିଥିବା ଉଦ୍ୟମ ଅଭିଯୋଗର କୌଣସି ପ୍ରକାରର ପ୍ରମାଣ ଦେଇ ପାରି ନାହାନ୍ତି। ଆପ୍‌ ସୁପ୍ରିମ କେଜ୍ରିୱାଲ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ବିଜେପି ପକ୍ଷରୁ ଆପ୍‌ର ୭ ଜଣ ବିଧାୟକଙ୍କୁ ଯୋଗାଯୋଗ କରାଯାଇଛି ଓ ସେମାନଙ୍କୁ ଆପ୍‌ ଛାଡ଼ିବା ପାଇଁ ୨୫ କୋଟି ଲେଖାଏ ଅଫର ଦିଆଯାଇଥିବା କହିଥିଲେ।

ଆତିଶୀଙ୍କୁ ମଧ୍ୟ ବିଜେପିର ଯୋଗ ଦେବାକୁ ଅଫର ମିଳିଥିବା ସେ ଦାବି କରିଥିଲେ। ହେଲେ ଏହାର କୌଣସି ପ୍ରମାଣ ସେ ଦେଇ ପାରି ନଥିବା ପ୍ରବୀଣ କୋର୍ଟଙ୍କୁ ଅବଗତ କରାଇଥିଲେ।

ଆତିଶୀ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବିଜେପି ତରଫରୁ ଆମର ୭ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଛି। ଆମ ପାଖରେ ଏହାର ସମସ୍ତ ରେକର୍ଡିଂ ଉପଲବ୍ଧ ରହିଛି। ଏହାକୁ ଆମେ ଠିକ୍‌ ସମୟରେ ସାମନାକୁ ଆଣିବୁ। ସମଗ୍ର ଦେଶବାସୀଙ୍କ ସମ୍ମୁଖରେ ବିଜେପିର ଅସଲ ଚେହେରା ଖୋଲିଯିବ। ବିଜେପି ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ।

Bjp Delhi AAP Atishi