Advertisment

କେଜ୍ରିଓ୍ୱାଲଙ୍କ ପାଇଁ ଆସନ ଖାଲି ରଖିଲେ ଆତିଶୀ, କହିଲେ- ଭରତ ଭଳି କାମ କରିବି

ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଅଦ୍ୟତନ ହୋଇଛି
Atishi

Atishi

Advertisment

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ। ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କେଜ୍ରିଓ୍ୱାଲଙ୍କ ପାଇଁ ସେ ଆସନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି।

Advertisment

ଏହି ସମୟରେ ଆତିଶୀ କହିଛନ୍ତି, ଆଜି ମୋ ମନରେ ସେହି ଭଳି ଯନ୍ତ୍ରଣା ଅଛି, ଯାହା ଭରତଙ୍କ ଥିଲା। ଯେଉଁଭଳି ଭାବରେ ଭରତ ସିଂହାସନରେ ଭଗବାନ ରାମଙ୍କ କଠଉ ରଖି ରାଜ୍ୟଭାର ସମ୍ଭାଳିଥିଲେ। ସେହିପରି ମୁଁ ମଧ୍ୟ ଆସନ୍ତା ୪ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବି।

ଏହି ସମୟରେ ଆତୀଶି ବିଜେପିକୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗତ ଦୁଇ ବର୍ଷ ଧରି ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କାଦୁଅ ଫିଙ୍ଗିବାରେ ବିଜେପି କୌଣସି ମଉକା ଛାଡି ନାହିଁ। ତାଙ୍କୁ ୬ ମାସ ଧରି ଜେଲ୍‌ରେ ରଖାଗଲା। ଅଦାଲତ ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ମନ୍ଦ ଉଦ୍ଦେଶ୍ୟରେ ଗିରଫ କରାଯାଇଥିଲା।

Advertisment

ଏହି ଚୌକି ଅରବିନ୍ଦ କେଜ୍ରିୱାଲଙ୍କର ଅଟେ। ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ​​ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ସେପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଚୌକି ଏଠାରେ ହିଁ ରହିବ ବୋଲି ଆତିଶୀ କହିଛନ୍ତି। 

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରୁ ଜାମିନରେ ବାହାରିବା ପରେ ଅରବିନ୍ଦ କେଜ୍ରିଓ୍ୱାଲ ସେପ୍ଟେମ୍ବର ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କେଜ୍ରିୱାଲଙ୍କ ଇସ୍ତଫା ପରେ ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ତାଙ୍କ ସ୍ଥାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଥିଲା।

କହିରଖୁ ଯେ, ଆସନ୍ତା ବର୍ଷ ତଥା ୨୦୨୫ ଫେବ୍ରୁଆରୀ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ।

Arvind Kejriwal AAP Atishi Delhi CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe