Advertisment

ଅନଶନ ଭାଙ୍ଗିଲେ ଆତୀଶି, ମୋଦିଙ୍କୁ ଚିଠି ଲେଖିଲେ ଆପ୍‌ ସାଂସଦ

ଦିଲ୍ଲୀରେ ଲାଗି ରହିଥିବା ଜଳ ସଙ୍କଟକୁ ନେଇ ଗତ ୫ ଦିନ ହେଲା ଆମରଣ ଅନଶନ ଜାରି ରଖିଥିଲେ ଜଳ ମନ୍ତ୍ରୀ ଆତୀଶି।

Atishi

Atishi

Advertisment

ଅନଶନ ଭାଙ୍ଗିଲେ ଆତୀଶି। ଦିଲ୍ଲୀ ଜଳ ସଙ୍କଟକୁ ନେଇ ଅନଶନରେ ବସିଥିବା ମନ୍ତ୍ରୀ ଆତୀଶି ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି। ଏନେଇ ଆମ୍‌ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଘୋଷଣା କରିଛନ୍ତି।

Advertisment

ଦିଲ୍ଲୀରେ ଲାଗି ରହିଥିବା ଜଳ ସଙ୍କଟକୁ ନେଇ ଗତ ୫ ଦିନ ହେଲା ଆମରଣ ଅନଶନ ଜାରି ରଖିଥିଲେ ଜଳ ମନ୍ତ୍ରୀ ଆତୀଶି। ମଙ୍ଗଳବାର ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆପ୍‌ ସାଂସଦ ସଞ୍ଜୟ ସିଂହ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆତୀଶି ବର୍ତ୍ତମାନ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଆଇସିୟୁରେ ଅଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଥିପାଇଁ ତାଙ୍କ ଅନିଶ୍ଚିତକାଳୀନ ଅନଶନକୁ ସ୍ଥଗିତ ରଖାଯାଇଛି। କିନ୍ତୁ ବିରୋଧୀ ଦଳମାନଙ୍କୁ ଏକତ୍ରିତ କରି ଆମେ ସଂସଦରେ ଦିଲ୍ଲୀ ଜଳ ସଙ୍କଟ ପ୍ରସଙ୍ଗ ଉଠାଇବୁ। ଗତ କିଛି ଦିନ ମଧ୍ୟରେ ପାଗରେ ଉନ୍ନତି ଘଟିଛି ଏବଂ ଜଳର ପରିମାଣ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏ ବାବଦରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛି ବୋଲି ଆପ୍‌ ସାଂସଦ କହିଛନ୍ତି।

Advertisment

ଦିଲ୍ଲୀରେ ଜଳ ସଙ୍କଟ ଦେଖା ଦେଇଥିବା ବେଳେ ହରିଆଣାର ବିଜେପି ସରକାର ୪୬ କୋଟି ଲିଟର ଜଳ ଛାଡ଼ୁ ନାହାନ୍ତି। ଏଥିଯୋଗୁ ଦିଲ୍ଲୀର ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆତୀଶି ଅଭିଯୋଗ କରିଛନ୍ତି। ଏହା ବିରୋଧରେ ଆତୀଶି ଜୁନ୍ ୨୧ରେ ଜଙ୍ଗପୁରାରେ ଆମରଣ ଅନଶନ ଆରମ୍ଭ କରିଥିଲେ। ହରିଆଣା ସରକାର ଦିଲ୍ଲୀ ଭାଗ ଜଳ ନ ଛାଡ଼ିବା ପର୍ଯ୍ୟନ୍ତ ସେ ଆନ୍ଦୋଳନ ଜାରି ରଖିବେ ବୋଲି ନିଜ ଜିଦ୍‌ରେ ଅଟଳ ଥିଲେ।

AAP Atishi Delhi Water Crisis Hunger Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe