Advertisment

Espionage: ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ନେଟୱର୍କର ପର୍ଦ୍ଦାଫାସ, ଆର୍ମି ସୁବେଦାର ଓ ମହିଳା ଗିରଫ

ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ଭାରତୀୟ ସେନାରେ ସୁବେଦାର ଭାବେ କାମ କରୁଥିବା ଏକେ ସିଂହ ରହିଛନ୍ତି। ତାଙ୍କୁ ଗୋଆରୁ ଗିରଫ କରାଯାଇଛି। ଏକେ ସିଂହଙ୍କ ସହଯୋଗୀ ଭାବେ ରଶମଣି ପଲ କାମ କରୁଥିଲେ। ତାଙ୍କୁ ଏଟିଏସ ଡାମନରୁ ଗିରଫ କରିଛି।

Police

representational image

Advertisment

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ନେଟୱର୍କର ପର୍ଦ୍ଦାଫାସ କରିଛି ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ ବା ଏଟିଏସ। ଏକାଧିକ ରାଜ୍ୟରେ ଚାଲିଥିବା ଏହି ନେଟୱର୍କର ପର୍ଦ୍ଦାଫାସ କରି ଏଟିଏସ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଏମାନେ ପାକିସ୍ତାନ ଭିତ୍ତିକ ହ୍ୟାଣ୍ଡେଲର୍ସଙ୍କୁ ଭାରତର ଜାତୀୟ ସୁରକ୍ଷା ସହ ଜଡ଼ିତ କିଛି ସମ୍ବେଦନଶୀଳ ତଥ୍ୟ ଶେୟାର କରିଥିଲେ। 

Advertisment

ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ଭାରତୀୟ ସେନାରେ ସୁବେଦାର ଭାବେ କାମ କରୁଥିବା ଏକେ ସିଂହ ରହିଛନ୍ତି। ତାଙ୍କୁ ଗୋଆରୁ ଗିରଫ କରାଯାଇଛି। ଏକେ ସିଂହଙ୍କ ସହଯୋଗୀ ଭାବେ ରଶମଣି ପଲ କାମ କରୁଥିଲେ। ତାଙ୍କୁ ଏଟିଏସ ଡାମନରୁ ଗିରଫ କରିଛି।

ଏଟିଏସର କହିବା କଥା ଏକେ ସିଂହ ଓ ରଶମଣି ପଲ ବେଶ ସକ୍ରିୟ ଭାବେ ବିଦେଶୀ ଅପରେଟିଭ୍ସମାନଙ୍କ ସହ ଯୋଗାଯୋଗରେ ରହିଥିଲେ। ସେମାନେ ଏମିତି କିଛି ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଇଛନ୍ତି, ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। 

Advertisment

ଏହାପୂର୍ବରୁ ନଭେମ୍ବର ମାସରେ ଗୁଜରାଟ ଏଟିଏସ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ହ୍ୟାଣ୍ଡେଲର୍ସଙ୍କ ସହ ଲିଙ୍କ ରଖିଥିବା ଗୋଟିଏ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ଏହି ବ୍ୟକ୍ତି ଜଣକ ପଞ୍ଜାବ ପୁଲିସ୍‌ର ୱାଣ୍ଟେଡ ତାଲିକାରେ ରହିଥିଲା। ଗିରଫ ବ୍ୟକ୍ତି ଜଣକ ହେଲଉଛି ଗୁରପ୍ରୀତ ସିଂହ ଓରଫ ଗୋପି ବିଲାଲ। ପଞ୍ଜାବ ପୁଲିସ୍‌ର ଗୁଇନ୍ଦା ତଥ୍ୟ ଆଧାରରେ ତା’କୁ ପଞ୍ଚମହଲ ଜିଲ୍ଲାର ହାଲୋଲ ସହରରୁ ଗିରଫ କରାଯାଇଥିଲା।

ଏଟିଏସର କହିବା କଥା ଯେ ଗୁରପ୍ରୀତ ସିଂହ ଭାରତରେ ଗ୍ରେନେଡ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଟୱର୍କକୁ ସହାୟତା କରୁଥିଲା। ଗିରଫ ପରେ ତା’କୁ ପଞ୍ଜାବ ପୁଲିସ୍‌ ହସ୍ତାନ୍ତର କରାଯାଇଛି। 

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ପୂରା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନୁ ଅଗୱାନ ଓ ମନିନ୍ଦର ବିଲାଲ ଏବେ ମାଲେସିୟାରେ ରହିଛନ୍ତି। ଉଭୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କଥାରେ ପଞ୍ଜାବରେ ନିଜର ନେଟୱର୍କ ପାଇଁ ନିଯୁକ୍ତି କରୁଛନ୍ତି। ପଞ୍ଜାବ ଓ ଅନ୍ୟ ରାଜ୍ୟର ବିଭିନ୍ନ ଭିଡ଼ ସ୍ଥାନରେ ଗ୍ରେନେଡ ଆଟାକ କରିବା ହିଁ ସେମାନଙ୍କର ଲକ୍ଷ୍ୟ। 

ଏବେ ଗୁଜରାଟ ଏଟିଏସ(Gujarat ATS) ଏକେ ସିଂହ ଓ ରଶମଣିଙ୍କୁ ଗିରଫ କରିଥିବାରୁ ସେମାନଙ୍କୁ ଜେରା କରି ଅନ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। 

Gujarat Gujarat ATS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe