Advertisment

UGC-NET ପେପର୍‌ ଲିକ୍‌: ତଦନ୍ତ ପାଇଁ ଯାଇଥିବା CBI ଟିମ୍‌କୁ ପିଟିଲେ ଲୋକେ

ଏହି ମାମଲରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Attack On CBI Team

Attack On CBI Team

Advertisment

ତଦନ୍ତ ପାଇଁ ଯାଇଥିବା ସିବିଆଇ ଟିମ୍ ଉପରେ ଆକମ୍ରଣ। ୟୁଜିସି-ନେଟ୍ ପେପର ଲିକ୍ ମାମଲାର ତଦନ୍ତ ପାଇଁ ଦିଲ୍ଲୀରୁ ବିହାରର ନୱାଦାରେ ପହଞ୍ଚିଥିବା ସିବିଆଇ ଟିମ୍ ଉପରେ ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିସହ ଗ୍ରାମବାସୀମାନେ ସେମାନଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି।

Advertisment

ସୂଚନା ମୁତାବକ, ୟୁଜିସି-ନେଟ୍ ପେପର ଲିକ୍ ମାମଲାରେ ମୋବାଇଲ ଲୋକେସନ୍‌ ଆଧାରରେ ସିବିଆଇ ଟିମ୍ ଦିଲ୍ଲୀରୁ ନଓ୍ୱାଦା ଜିଲ୍ଲାରେ ପହଞ୍ଚିଥିଲା। ଏଠାକାର ରଜୌଲି ଥାନା ଅନ୍ତର୍ଗତ କାସିଆଡିହ ଗାଁର ଏକ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ଗ୍ରାମବାସୀମାନେ ସେମାନଙ୍କୁ ଘେରିଯାଇଥିଲେ। ନକଲି ଟିମ୍‌ ବୋଲି କହି ତାଙ୍କୁ ମାଡ଼ ମାରିଥିଲେ। କିନ୍ତୁ ଏହା ଯୋଜନାବଦ୍ଧ ଆକ୍ରମଣ ଥିଲା। ଯେତେବେଳେ ସିବିଆଇ ଟିମ୍‌ ପେପର୍‌ ଲିକରେ ବ୍ୟବହୃତ ଦୁଇଟି ଫୋନକୁ ଜବତ କରିଥିଲା, ସେତେବେଳେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଏବଂ ଗାଁ ଲୋକେ ତୁରନ୍ତ ଆକ୍ରମଣ କରିଥିଲେ।

ସେପଟେ ସିବିଆଇ ଟିମ୍‌ ଅଧିକାରୀଙ୍କୁ ଗାଁ ଲୋକେ ବଳପୂର୍ବକ ଅଟକ ରଖିଥିବା ଖବର ମିଳିବା ପରେ ରଜୌଲି ପୁଳିସ ଘଟଣାସ୍ଥଲରେ ପହଞ୍ଚିଥିଲା। ୪ ଜଣ ସିବିଆଇ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ମାମଲରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏଥିସହ ଏହି ମାମଲାରେ ପ୍ରାୟ ୨୦୦ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା କୁହାଯାଉଛି।

Advertisment

କହିରଖୁ ଯେ, ଜୁନ୍‌ ୧୮ ତାରିଖରେ ସାରା ଦେଶରେ ୟୁଜିସି-ନେଟ୍‌ ପରୀକ୍ଷା ଆୟୋଜିତ ହୋଇଥିଲା। କିନ୍ତୁ ପରୀକ୍ଷା ଆରମ୍ଭ ହେବାର କିଛି ଘଣ୍ଟା ପରେ ପେପର୍‌ ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଲା। ଏହା ପରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। ଏଥର UGC-NET ର ୮୩ ବିଷୟର ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଫ୍ଟରେ କରାଯାଇଥିଲା।

Bihar Attack On CBI Team UGC NET Paper Leak Case UGC NET
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe