୩ ଆକ୍ରମଣକାରୀ
ଦେଶର ରାଜଧୀନ ଦିଲ୍ଲୀ(Delhi)ରେ ଆଇନ ଶୃଙ୍ଖଳା ସ୍ଥିତି ପୂରା ବିପର୍ଯ୍ୟୟ। ପୁଲିସ୍ କିମ୍ବା ଆଇନକୁ କାହାର ଖାତିର ନାହିଁ। ରାଜଧାନୀର ରାଜରାସ୍ତାରେ ୪ ଜଣ ଯୁବକ ୨ ଜଣ କିଶୋରଙ୍କୁ କରିଛନ୍ତି ଭୟଙ୍କର ଆକ୍ରମଣ। ସେମାନଙ୍କ ଶରୀରରେ ଏକାଧିକ ଥର ଛୁରୀ ଭୁଷା ଯାଇଛି।
ଘଟଣା ବେଳର ଭିଡିଓରେ ଦେଖିବାକୁ ମିଳୁଛି ଯେ ୩ ଜଣ ଯୁବକ ଅଂଶୁ ଓ ବିମଳ ନାମକ ଦୁଇ କିଶୋରଙ୍କୁ ଗୋଟିଏ ଆବାସିକ ଅଞ୍ଚଳର ବିଚ ରାସ୍ତାରେ ଏକାଧିକ ଥର ଛୁରୀ ଭୁଷିବାରେ ଲାଗିଛନ୍ତି। ଘଟଣାର ୪ର୍ଥ ଅଭିଯୁକ୍ତ ଏହାକୁ ନିଜ ଫୋନରେ ରେକର୍ଡ କରୁଛି। ଅଂଶୁ ଓ ବିମଳଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ସେମାନେ ସେଠାରୁ ଫେରାର ହୋଇ ଯାଇଛନ୍ତି।
ଆକ୍ରମଣର ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ଆଉ ଗୋଟିଏ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ଆକ୍ରମଣକାରୀମାନେ ବେଧଡ଼କ ଅନ୍ଦାଜରେ ନିଜ କଥାକୁ ରେକର୍ଡ କରିଛନ୍ତି। ଭିଡିଓରେ ସେମାନେ କହିଛନ୍ତି ଯେ “ଭାଇ, ଆମେ ଦୁଇ ଜଣଙ୍କୁ ହତ୍ୟା କରିଛୁ। ଏବେ ଆମେ ତୃତୀୟ ହତ୍ୟା କରିବୁ।”
ବାସ୍ତବରେ ପୂରା ଘଟଣା ରବିବାର ଜାହାଙ୍ଗିରପୁରୀ ଅଞ୍ଚଳରେ ଘଟିଥିଲା ଓ ପୁଲିସ୍ ଦିନ ୩ଟା ବେଳେ ଘଟଣା ସମ୍ପର୍କରେ ଖବର ପାଇଥିଲା। ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, “ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଦୁଇ ଜଣ ଆହତ ଯୁବକ ରାସ୍ତାରେ ପଡ଼ିଥିଲେ। ଆହତ ଦୁଇ ଜଣ ହେଲେ ଅଂଶୁ ଓ ବିମଳ। ଉଭୟଙ୍କ ବୟସ ୧୮ ବର୍ଷ। ଅଂଶୁଙ୍କ ଡାହାଣ ହାତରେ ଛୁରୀ ମାଡ଼ର କ୍ଷତ ରହିଛି। ବିମଳଙ୍କ ଦେହରେ ଏକାଧିକ ଥର ଛୁରୀ ଭୁଷା ଯାଇଛି।”
ଦୁଇ ଆହତ ଯୁବକ ପୁଲିସ୍କୁ କହିଛନ୍ତି ଯେ ଆକ୍ରମଣକାରୀମାନେ ପ୍ରଥମେ ସାହିଲ ନାମକ ଯୁବକଙ୍କୁ ଚିହ୍ନଛ କି ପ୍ରଶ୍ନ କରିଥିଲେ। ହେଲେ ଅଂଶୁ ଓ ବିମଳ କୌଣସି ସାହିଲଙ୍କୁ ଜାଣି ନଥିବା କହିଥିଲେ। ଏହାପରେ ସେମାନେ କେ ବ୍ଲକରେ ରହୁଛନ୍ତି କି ପ୍ରଶ୍ନ କରିଥିଲେ। ଦୁଇ ଜଣ ଉତ୍ତର ଦେବା ପୂର୍ବରୁ ସେମାନେ ପାଖରେ ରଖିଥିବା ଛୁରୀ ବାହାର କରି ଅଂଶୁ ଓ ବିମଳଙ୍କ ଉପରେ ଆକ୍ରମଣ କରି ଦେଇଥିଲେ।
ଏହାପରେ ସେଠାରୁ ଚମ୍ପଟ ମାରିଥିଲେ। ପୁଲିସ୍ ଦୁଇ ଆହତଙ୍କୁ ଲୋକ ନାୟକ ଜୟ ପ୍ରକାଶ(ଏଲଏନଜିପି) ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ତଦନ୍ତ କରୁଥିବା ବେଳେ ଆକ୍ରମଣକାରୀମାନେ ଖୋଲା ଚ୍ୟାଲେଞ୍ଜ ଦେବା ଭଳି ଭିଡିଓ ପୋଷ୍ଟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/05/murder-2026-01-05-17-46-01.jpg)