Advertisment

ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା: ପତ୍ନୀ, ଶାଶୁ ଓ ଶାଳକଙ୍କୁ ମିଳିଲା ଜାମିନ

ଗତ ଡିସେମ୍ବର ୯ ତାରିଖରେ ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ। ପତ୍ନୀ, ଶାଶୁ ଓ ଶାଳକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ସେ ଆତ୍ମହତ୍ୟା କରିଥିଲେ।

ଅଦ୍ୟତନ ହୋଇଛି
Nikita

Nikita

Advertisment

ବହୁ ଚର୍ଚ୍ଚିତ ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାରେ ଗିରଫ ତାଙ୍କ ପତ୍ନୀ ନିକିତା ସିଂଘାନିଆ, ଶାଶୁ ନିଶା ସିଂଘାନିଆ ଓ ଶାଳକ ଅନୁରାଗ ସିଂଘାନିଆଙ୍କୁ ଶନିବାର ଜାମିନ ମିଳିଛି। ବେଙ୍ଗାଲୁରୁର ଏକ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Advertisment

ଗତ ଡିସେମ୍ବର ୯ ତାରିଖରେ ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ। ପତ୍ନୀ, ଶାଶୁ ଓ ଶାଳକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ୮୧ ମିନିଟର ଏକ ଭିଡିଓ କରିଥିଲେ, ଯେଉଁଥିରେ ପତ୍ନୀ ଓ ଶାଶୁ ଘର ଲୋକେ କିପରି ତାଙ୍କୁ ନିର୍ଯାତନା ଦେଉଥିଲେ, ସେ କଥା କହିଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ତା’ ସହିତ ସେ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିଥିଲେ। ସେଥିରେ ମଧ୍ୟ ସେ ତାଙ୍କ ବିରୋଧରେ ଶାଶୁ ଘର ଲୋକେ କିପରି ମିଛ ମାମଲା କରିଥିଲେ ଓ କିପରି ନିର୍ଯାତନା ଦେଉଥିଲେ, ସେନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ନ୍ୟାୟ ବ୍ୟବସ୍ଥା ଉପରେ ବି ସେ ପ୍ରଶ୍ନ ଉଠାଇଥିଲେ।

ଡିସେମ୍ବର ୧୪ ତାରିଖରେ ଗୁରୁଗ୍ରାମରୁ ତାଙ୍କ ପତ୍ନୀ ନିକିତା ସିଂଘାନିଆଙ୍କୁ ପୁଲିସ ଗିରଫ କରିଥିଲା। ସେହିଭଳି ନିକିତାଙ୍କ ମା’ ଓ ଭାଇଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଗିରଫ କରିଥିଲା ପୁଲିସ। ସେଠାରୁ ସେମାନଙ୍କୁ ବେଙ୍ଗାଲୁରୁ ନିଆଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ନିର୍ଯାତନା ଅଭିଯୋଗକୁ ନିକିତି ଖଣ୍ଡନ କରି ଆସୁଛନ୍ତି। ସେ ତିନି ବର୍ଷ ଧରି ଅତୁଲଙ୍କଠାରୁ ଅଲଗା ରହୁଥିଲେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅତୁଲ ଓ ନିକିତାଙ୍କ କୁନି ପୁଅକୁ ନିଜ ପାଖକୁ ନେବାକୁ ଦାବି ଜଣାଇଛନ୍ତି ତାଙ୍କ ଜେଜେ ବାପା ଓ ଜେଜେ ମା’।

Advertisment
Atul Subhash Suicide Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe