Advertisment

AI ଇଞ୍ଜିନିୟର୍‌ ଆତ୍ମହତ୍ୟା ମାମଲା: ପତ୍ନୀ ନିକିତାଙ୍କ ମା'-ଭାଇ ଫେରାର

ବିଳମ୍ବିତ ରାତିରେ ନିକିତାଙ୍କ ଅଭିଯୁକ୍ତ ମା' ଓ ଭାଇ ଘରେ ତଲା ପକାଇ ଫେରାର ହୋଇଯାଇଛନ୍ତି। ଗିରଫ ଭୟରେ ଅନୁରାଗ ସିଙ୍ଘାନିଆ ଏବଂ ନିଶା ସିଙ୍ଘାନିଆ ଫେରାର ହେବା ବେଳାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

nikita-mother-and-brother-abscond

nikita-mother-and-brother-abscond

Advertisment

AI ଇଞ୍ଜିନିୟର୍‌ ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ନୂଆ ମୋଡ ସାମ୍ନାକୁ ଆସିଛି। ବେଙ୍ଗାଲୁରୁରେ ତାଙ୍କ ପତ୍ନୀ ନିକିତା ସିଙ୍ଘାନିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କ ମୁଣ୍ଡରେ ଏବେ ଗିରଫଦାରୀର ଖଣ୍ଡା ଝୁଲୁଛି। ତଦନ୍ତ ପାଇଁ ବେଙ୍ଗାଲୁରୁ ପୁଲିସ ଜୈନପୁରରେ ପହଞ୍ଚିଛି।

Advertisment

ଏହାରି ଭିତରେ ବିଳମ୍ବିତ ରାତିରେ ନିକିତାଙ୍କ ଅଭିଯୁକ୍ତ ମା' ଓ ଭାଇ ଘରେ ତଲା ପକାଇ ଫେରାର ହୋଇଯାଇଛନ୍ତି। ଗିରଫ ଭୟରେ ଅନୁରାଗ ସିଙ୍ଘାନିଆ ଏବଂ ନିଶା ସିଙ୍ଘାନିଆ ଫେରାର ହେବା ବେଳାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ ନିକିତାଙ୍କ ମା' ଓ ଭାଇ ଜୈନପୁରର ନଗର ଖୋଆ ମଣ୍ଡି ସ୍ଥିତ ଘରେ ରହୁଥିଲେ। ଏବେ ତାଙ୍କ ଘରେ ତାଲା ଝୁଲୁଛି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ବେଙ୍ଗାଲୁରୁ ପୁଲିସ ଟିମ୍ ଜୈନପୁରରେ ପହଞ୍ଚିଛି, ସେତେବେଳେ ସେ ଘରୁ ପଳାଇବା ଭଲ ବୋଲି ଭାବିଥିଲେ।

Advertisment

ଘରେ ତାଲା ପକାଇ ରାତିରେ ବାଇକ୍‌ରେ ଫେରାର ହେଉଥିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ ପଚାରୁଥିଲେ ମଧ୍ୟ ଉଭୟ କ୍ୟାମେରା ସାମ୍ନାରେ କିଛି ନକହି ହାତ ଯୋଡି ବାଇକ୍‌ରେ ବସି ଚାଲିଯାଇଥିବା ଦେଖିବାକୁ ମିଳିଛି। 

ଅନ୍ୟପଟେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପରିବାର ଲୋକେ ଅତ୍ମହତ୍ୟା ଲାଗି ଉସ୍‌କାଇଥିବା ପାଇଁ ବେଙ୍ଗାଲୁରୁରେ ନିକିତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ନିକିତାଙ୍କ ମା' ଏବଂ ଭାଇଙ୍କ ବ୍ୟତୀତ ଅତୁଲଙ୍କ ଦାଦା ଶ୍ୱଶୁର ସୁଶିଲ କୁମାରଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି ଅତୁଲ ସୁଭାଷଙ୍କ ଭାଇ ବିକାଶ।

ବୁଧବାର ସନ୍ଧ୍ୟାରେ ନିକିତାଙ୍କ ଦାଦା ସୁଶିଲ ସିଙ୍ଘାନିଆ କ୍ୟାମେରାରେ ଆଗକୁ ଆସି ସ୍ପଷ୍ଟିକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ଅଭିଯୋଗ ଭିତ୍ତିହୀନ। ଅତୁଲ ସୁଭାଷଙ୍କ ପ୍ରତ୍ୟେକ ଅଭିଯୋଗର ଉତ୍ତର ତାଙ୍କ ପରିବାର ପାଖରେ ଅଛି। ଯେହେତୁ ନିକିତା ବର୍ତ୍ତମାନ ବାହାରେ ଅଛନ୍ତି, ସେଥିପାଇଁ ସେ ଅଧିକ କିଛି କହିବେ ନାହିଁ। ନିକିତା ପ୍ରତ୍ୟେକ ଅଭିଯୋଗର ଉତ୍ତର ଦେବେ।

କହିରଖୁ ଯେ, ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ଠିକ୍‌ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ସୁଟ୍‌ କରିଥିଲେ। ୮୦ ମିନିଟରେ ଏକ ଭିଡିଓ ବନାଇ ସେହି ସବୁ କଥା କହିଥିଲେ ଯାହାକୁ ସେ ଦୀର୍ଘଦିନ ଧରି ସହି ଆସୁଥିଲେ। କାହିଁକି ସେ ଆତ୍ମହତ୍ୟା ପାଇଁ ବାଧ୍ୟ ହେଲେ? କେମିତି ପତ୍ନୀ ଓ ତାଙ୍କ ସର୍ମ୍ପକୀୟଙ୍କଠୁ ଦୀର୍ଘଦିନ ଧରି ନିର୍ଯାତନା ସହୁଥିଲେ? ତାଙ୍କ ମୃତ୍ୟୁ ପରେ ପରିବାର, ପୁଅ ସମ୍ଭାଳିବା ସହ ନ୍ୟାୟ ଦେବାକୁ ଏମିତି ଅନେକ କଥା ଭିଡିଓରେ ରେକଡିଂ କରିଥିଲେ ଅତୁଲ ସୁଭାଷ।

Bengaluru Atul Subhash Suicide Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe