Advertisment

ଛାଡ଼ପତ୍ର ଓ ଭରଣପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ୮ ସୂତ୍ରୀ ଫର୍ମୁଲା

ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
supreme court

supreme court

ବେଙ୍ଗାଲୁରୁରେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଛାଡ଼ପତ୍ର ଓ ଭରଣ ପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା ନର୍ଦ୍ଧାରିତ କରିଛନ୍ତି। ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।

Advertisment

କୋର୍ଟ କହିଛନ୍ତି ଏଣିକି ଭରଣପୋଷଣ ଶୁଣାଣି ବେଳେ ସ୍ୱାମୀ ଏବଂ ସ୍ତ୍ରୀର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି, ଭବିଷ୍ୟତରେ ପତ୍ନୀ ଏବଂ ପିଲାମାନଙ୍କର ମୌଳିକ ଆବଶ୍ୟକତା, ଉଭୟ ପକ୍ଷର ଯୋଗ୍ୟତା ଏବଂ ରୋଜଗାର, ଆୟ ଏବଂ ସମ୍ପତ୍ତିର ଉତ୍ସ, ତାଙ୍କ ଶାଶୂଘରେ ରହୁଥିବା ସମୟରେ ପତ୍ନୀଙ୍କ ଜୀବନଧାରଣ ମାନ, ସେ ପରିବାରର ଯତ୍ନ ନେବା ପାଇଁ ଚାକିରି ଛାଡ଼ିଛନ୍ତି କି?, କାମ କରୁନଥିବା ପତ୍ନୀଙ୍କ ପାଇଁ ଆଇନଗତ ଯୁଦ୍ଧ ପାଇଁ ଯୁକ୍ତିଯୁକ୍ତ ପ୍ରମାଣ, ରକ୍ଷଣାବେକ୍ଷଣ ଭତ୍ତା ସହିତ ସ୍ୱାମୀଙ୍କ ଆର୍ଥିକ ସ୍ଥିତି, ରୋଜଗାର ଏବଂ ଅନ୍ୟାନ୍ୟ ଦାୟିତ୍ୱ କ’ଣ ହେବ? ଇତ୍ୟାଦି ବିଷୟ  ଦେଖାଯିବ।

ଜଷ୍ଟିସ୍‌ ବିକ୍ରମ ନାଥ ଓ ଜଷ୍ଟିସ୍‌ ପିଭି ବରାଲେଙ୍କ ବେଞ୍ଚ ଛାଡ଼ପତ୍ର ଓ ଭରଣପୋଷଣ ରାଶି ଉପରେ ନିଷ୍ପତ୍ତି ଦେବାବେଳେ ଦେଶର ସମସ୍ତ କୋର୍ଟଙ୍କୁ ଏହି ୮ ସୂତ୍ରୀ ଫର୍ମୁଲା ଅନୁଯାୟୀ ବିଚାର ଶୁଣାଇବାକୁ କହିଛନ୍ତି। ଏଥିରେ ଦର୍ଶାଯାଇଥିବା କାରଣ ଉପରେ ଆଧାର କରି ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦେଇଛନ୍ତି।

Advertisment

କହିରଖୁ ଯେ, ବେଙ୍ଗାଲୁରୁର AI ଇଞ୍ଜିନିୟର୍‌ ଅତୁଲ ସୁଭାଷ ଆତ୍ମହତ୍ୟା ପୂର୍ବରୁ ୮୦ ମିନିଟର ଏକ ଭିଡିଓ ରେକର୍ଡ କରିଥିଲେ, ଯେଉଁଥିରେ ସେ ତାଙ୍କଠାରୁ ଅଲଗା ହୋଇଯାଇଥିବା ପତ୍ନୀ ନିକିତା ସିଙ୍ଘାଣିଆ ଓ ତାଙ୍କ ବାପ ଘର ବିରୋଧରେ ଏକାଧିକ ଅଭିଯୋଗ କରିଥିଲେ। ନିକିତା ଓ ତାଙ୍କ ବାପଘର ଲୋକେ ତାଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରିଥିବା ସେ ଅଭିଯୋଗ କରିଥିଲେ।

Divorce And Alimony Supreme Court Atul Subhash Suicide Case