Advertisment

ଅନ୍ଧ ବିଶ୍ୱାସର ଭୟଙ୍କର ପରିଣତି; ଦୁଇ ପୁତୁରାଙ୍କୁ ବଳି ଦେଲେ ଖୁଡୀ

ନିଜକୁ ପ୍ରେତାତ୍ମା ଲାଗିଥିବାରୁ ଶରୀର ସବୁବେଳେ ଖରାପ ରହୁଥିବା ବିଶ୍ୱାସ କରୁଥିଲେ। ଏଥିରୁ ମୁକୁଳିବାକୁ ତାନ୍ତ୍ରୀକଙ୍କ କଥାରେ ସେ ନିଜର ଦୁଇ ନିଷ୍ପାପ ପୁତୁରାଙ୍କ ହତ୍ୟା କରିବାକୁ ପଛାଇଲେ ନାହିଁ।

Black Magic

Black Magic

Advertisment

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ହଜିଗଲା ସମ୍ପର୍କ। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳା ଖେଳିଲେ ରକ୍ତର ହୋଲି। ନିଜକୁ ପ୍ରେତାତ୍ମା ଲାଗିଥିବାରୁ ଶରୀର ସବୁବେଳେ ଖରାପ ରହୁଥିବା ବିଶ୍ୱାସ କରୁଥିଲେ। ଏଥିରୁ ମୁକୁଳିବାକୁ ତାନ୍ତ୍ରୀକଙ୍କ କଥାରେ ସେ ନିଜର ଦୁଇ ନିଷ୍ପାପ ପୁତୁରାଙ୍କ ହତ୍ୟା କରିବାକୁ ପଛାଇଲେ ନାହିଁ।

Advertisment

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମୁଜଫରନଗରରେ ଘଟିଛି। ପୁଲିସ୍‌ ଏହି ଘଟଣାର ଯାଞ୍ଚ କରି ଅଭିଯୁକ୍ତା ମହିଳା ଓ ତାଙ୍କ ମା’ଙ୍କୁ ଗିରଫ କରିଛି।

ଗତ ୧୭ ତାରିଖରେ କୈଲାବଡ଼ା ଗାଁରେ ଏକ ଘରୁ ଏକ ସାତ ବର୍ଷର ଛୁଆର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହ ନିକଟରୁ ପୁଲିସ୍‌ ତାନ୍ତ୍ରୀକ କ୍ରିୟାର କିଛି ସାମଗ୍ରୀ ଓ ଏକ ଚିଠି ଜବତ କରିଥିଲା। ଉକ୍ତ ଚିଠିରେ ଲେଖାଥିଲା, ଏବେ ଆତ୍ମାକୁ ଶାନ୍ତି ମିଳିଲା।

Advertisment

ଏହା ପୂର୍ବରୁ ଗତ ଏପ୍ରିଲ ୨୪ ତାରିଖରେ ଉକ୍ତ ଘରୁ ମୃତକଙ୍କ ୫ ବର୍ଷୀୟ ସାନ ଭାଇର ମୃତଦେହ ମିଳିଥିଲା। ବେମାର ହେତୁ ପିଲାଟିର ମୃତ୍ୟୁ ହୋଇଥିବା ଭାବି ପରିବାର ଲୋକେ ପୁଅର ଶବ ସତ୍କାର କରି ଦେଇଥିଲେ।ପୁଲିସ୍‌ ଏହି ଘଟଣାର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ଯେ ପିଲାଟିର ଖୁଡୀ ଅଙ୍କିତା ଓ ତାଙ୍କ ମା’ ରୀନା ଏହି କାଣ୍ଡ ଘଟାଇଛନ୍ତି।

ଅଭିଯୁକ୍ତା ଅଙ୍କିତା ପୁଲିସ୍‌କୁ ଦେଇଥିବା ବୟାନ ଅନୁଯାୟୀ, ମୋ’ ଉପରେ ପ୍ରେତାତ୍ମା ଥିବାରୁ ସବୁବେଳେ ମୋ’ ଦେହ ଖରାପ ରହୁଥିଲା। ଏଥିପାଇଁ ମା’ ସହ ମିଶି ତାନ୍ତ୍ରୀକ ରାମଗୋପାଳଙ୍କ ପାଖକୁ ଯାଇଥିଲି। ଏହାପରେ ତାନ୍ତ୍ରୀକଙ୍କ କହିବାନୁଯାୟୀ, ଗତ ୨୪ ଏପ୍ରିଲରେ ପ୍ରଥମେ ୫ ବର୍ଷୀୟ ପୁତୁରାର ଗଳା ଚିପି ହତ୍ୟା କରିଥିଲେ। ଏହାପରେ ଗତ ୧୭ ତାରିଖରେ ଆଉ ଜଣେ ପୁତୁରା କେଶବକୁ ବଳୀ ଦେଇ ହତ୍ୟା କରିଛି।

ପୁଲିସ୍‌ ଉଭୟ ମା’, ଝିଅଙ୍କୁ ଗିରଫ କରିଥିବା ବେଳେ ଏବେ ତାନ୍ତ୍ରୀକର ସନ୍ଧାନ କରୁଛି।

Murder Uttar Pradesh Black Magic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe