Advertisment

କୃଷ୍ଣ ଜନ୍ମଭୂମିରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗିଥିଲେ ଔରଙ୍ଗଜେବ: ASI

ମଥୁରାର କୃଷ୍ଣ ଜନ୍ମଭୂମିରେ ଥିବା କେଶବଦେବ ମନ୍ଦିରକୁ ଔରଙ୍ଗଜେବ ଭାଙ୍ଗି ଦେଇଥିବା ଏଏସଆଇ ଟିମ୍ କହିଛି।

author-image
Debibandita Barick
krishna janmabhoomi

krishna janmabhoomi

ମଥୁରାରେ କୃଷ୍ଣ ଜନ୍ମଭୂମି ମାମଲାରେ ASI ଟିମ୍ ଏକ ବଡ଼ ଖୁଲାସା କରିଛି। ଏକ ଆରଟିଆଇ (ସୂଚନା ଅଧିକାର) ଜବାବରେ ଉତ୍ତର ଦେଇ ଏଏସଆଇ କହିଛି ଯେ, ମୋଗଲ ଶାସକ ଔରଙ୍ଗଜେବ ମସଜିଦ ନିର୍ମାଣ ପାଇଁ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦେଇଥିଲେ। 

Advertisment

ମଥୁରାର କୃଷ୍ଣ ଜନ୍ମଭୂମିରେ ଥିବା କେଶବଦେବ ମନ୍ଦିରକୁ ଔରଙ୍ଗଜେବ ଭାଙ୍ଗି ଦେଇଥିବା ଏଏସଆଇ ଟିମ୍ କହିଛି। ଏଏସଆଇ କହିଛି ଯେ, ଏହି ମନ୍ଦିର ଭଗବାନ କୃଷ୍ଣଙ୍କ ଅଣନାତି ବ୍ରଜନାଭଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ଔରଙ୍ଗଜେବଙ୍କ କାର୍ଯ୍ୟକାଳ ସମୟରେ ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା ବୋଲି ଏଏସଆଇ କହିଛି। ମଥୁରା କୃଷ୍ଣ ଜନ୍ମଭୂମିର 1920 ଗେଜେଟର ଐତିହାସିକ ରେକର୍ଡ ଆଧାରରେ ଏଏସଆଇ ଏହି ସୂଚନା ଦେଇଛି। 

ଏକ ଆରଟିଆଇ (ସୂଚନା ଅଧିକାର) ପ୍ରଶ୍ନରେ ଜବାବ ଦେଇ ଏହି ଉତ୍ତର ଦେଇଛି ଏଏସଆଇ ଟିମ୍। କୃଷ୍ଣ ଜନ୍ମଭୂମି ବିବାଦରେ ଶାହି ଇଦଗାହ ମସଜିଦ ସମ୍ବନ୍ଧରେ ଚାଲିଥିବା ଆଇନଗତ ଲଢେଇରେ ଏହି ରିପୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ହିନ୍ଦୁ ଦଳର ଓକିଲ ମହେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ସେ ଆହ୍ଲାବାଦ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଏହି ରିପୋର୍ଟକୁ ଉପସ୍ଥାପନ କରିବେ। ଶାହି ଇଦଗାହ ମସଜିଦର ସର୍ଭେ ପାଇଁ ସେମାନଙ୍କ ତରଫରୁ ଏକ ଦାବି ମଧ୍ୟ କରାଯାଇଛି। 

Advertisment

ପ୍ରକାଶ ଥାଉ କି, ଉତ୍ତର ପ୍ରଦେଶର ମୈନପୁରୀ ନିବାସୀ ଅଜୟ ପ୍ରତାପ ସିଂହ, ଆରଟିଆଇ ଅର୍ଥାତ୍ ସୂଚନା ଅଧିକାର ମାଧ୍ୟମରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ (ASI) କେଶବଦେବ ମନ୍ଦିର ବିଷୟରେ ସୂଚନା ମାଗିଥିଲେ। 

ASI Hindu Temple Mathura’s Krishna Janmabhoomi Aurangzeb