Advertisment

ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବ କି ଭାରତ? ସମର୍ଥନ କଲା ଆଉ ଗୋଟିଏ ଦେଶ

ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନ୍ନୀ ୱଙ୍ଗ କହିଛନ୍ତି ଭାରତ ଓ ଜାପାନ ଭଳି ଦେଶକୁ ସ୍ଥାୟୀ ସଦସ୍ୟମାନ୍ୟତା ମିଳିବାର ଆବଶ୍ୟକ ରହିଛି।

UNSC

UNSC

Advertisment

ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରିବାକୁ ଆଉ ଗୋଟିଏ ଦେଶ ସମର୍ଥନ କରିଛି। କ୍ୱାଡ ଦେଶରେ ଥିବା ଅଷ୍ଟ୍ରେଲିଆ ଖୋଲାଖୋଲି ଭାରତ ସପକ୍ଷରେ ମତ ରଖିଛି। ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନ୍ନୀ ୱଙ୍ଗ କହିଛନ୍ତି ଭାରତ ଓ ଜାପାନ ଭଳି ଦେଶକୁ ସ୍ଥାୟୀ ସଦସ୍ୟମାନ୍ୟତା ମିଳିବାର ଆବଶ୍ୟକ ରହିଛି।

Advertisment

ଏହା ସମୟର ଆବଶ୍ୟକତା। ଆମକୁ ଏନେଇ ନିୟମିତ ପ୍ରୟାସ କରାଯିବା ଦରକାର। ସେହିପରି ଭିଟୋ କ୍ଷମତାର ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବା ସପକ୍ଷରେ ସେ ମତ ରଖିଛନ୍ତି। ଏହାବାଦ ଆଫ୍ରିକା, ଲାଟିନ ଆମେରିକାକୁ ଅସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବା ଉପରେ ମଧ୍ୟ ବିଚାର କରିବାକୁ ସେ କହିଛନ୍ତି।

ଅଷ୍ଟ୍ରେଲିଆ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଖୋଲାଖୋଲି ଭାରତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ଦରକାର ବୋଲି ମତ ରଖିଥିଲା। ଜି-୨୦ ବୈଠକ ବେଳେ ତୁର୍କୀର ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନ ମଧ୍ୟ ଭାରତ ସପକ୍ଷରେ ମତ ରଖିଥିଲେ।

Advertisment

ବୁଧବାର ପର୍ତ୍ତୁଗାଲ ରାଷ୍ଟ୍ରପତି ମାରକେଲୋ ରେବେଲୋ ଡେ ସୌସେ ଭାରତ ଓ ବ୍ରାଜିଲକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ମିଳିବା ଦରକାର ବୋଲି କହିଥିଲେ।

ବର୍ତ୍ତମାନ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଆମେରିକା, ବ୍ରିଟେନ, ଚାଇନା, ଫ୍ରାନ୍ସ ଓ ରୁଷ ରହିଛି। ଚାଇନାକୁ ଛାଡ଼ି ବାକି ସବୁ ରାଷ୍ଟ୍ର ଭାରତକୁ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ମିଳିବା ସପକ୍ଷରେ ରହିଛନ୍ତି। ଚାଇନା ଭିଟୋ କ୍ଷମତା ପ୍ରୟୋଗ କରୁଥିବାରୁ ଭରତ ଏଯାଏ ସ୍ଥାୟୀ ସଦସ୍ୟ ମାନ୍ୟତା ପାଇ ନାହିଁ।

India Australia UNSC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe