Advertisment

ଲେଖିକା ଅରୁନ୍ଧତୀ ରୟଙ୍କ ଅଡ଼ୁଆ ବଢ଼ିଲା, ୟୁଏପିଏରେ ଚାଲିବ ମାମଲା

କଶ୍ମୀର ଉପରେ ସେ ଦେଇଥିବା ଗୋଟିଏ ବିବାଦୀୟ ବୟାନ ପାଇଁ ୨୦୧୦ରେ ମାମଲା ହୋଇଥିଲା। ଏବେ ୟୁଏପିଏ ବଳରେ ଏହାର ବିଚାର ଆଗକୁ ବଢ଼ାଇବା ପାଇଁ ଉପ ରାଜ୍ୟପାଳ ସକ୍ସେନା କହିଛନ୍ତି।

Arundhati Roy

Arundhati Roy

Advertisment

ବିଶିଷ୍ଟ ଲେଖିକା, ସାମାଜସେବୀ ତଥା ପ୍ରତିଷ୍ଠିତ ବୁକର ପୁରସ୍କାର ବିଜେତା ଅରୁନ୍ଧତୀ ରୟଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ଆରମ୍ଭ କରିବାକୁ ଆଜି ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ଅନୁମତି ଦେଇଛନ୍ତି।

Advertisment

କଶ୍ମୀର ଉପରେ ସେ ଦେଇଥିବା ଗୋଟିଏ ବିବାଦୀୟ ବୟାନ ପାଇଁ ୨୦୧୦ରେ ମାମଲା ହୋଇଥିଲା। ଏବେ ୟୁଏପିଏ ବଳରେ ଏହାର ବିଚାର ଆଗକୁ ବଢ଼ାଇବା ପାଇଁ ଉପ ରାଜ୍ୟପାଳ ସକ୍ସେନା କହିଛନ୍ତି।

କେବଳ ଅରୁନ୍ଧତୀ ରୟ ନୁହନ୍ତି, କଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ଅନ୍ତର୍ଜାତୀୟ ଆଇନର ପ୍ରଫେସର ଶେଖ ଶୌକତ ହୁସେନଙ୍କ ବିରୋଧରେ ମଧ୍ୟ ୟୁଏପିଏ ବଳରେ ମାମଲା ଚାଲୁ ରଖିବାକୁ ସକ୍ସେନା ଅନୁମତି ଦେଇଛନ୍ତି।

Advertisment

ରାଜ ଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ରୟ ଓ ହୁସେନଙ୍କ ବିରୋଧରେ ପ୍ରଥମେ କଶ୍ମୀରର ସାମାଜିକ କର୍ମୀ ସୁଶିଲ ପଣ୍ଡିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ନୂଆଦିଲ୍ଲୀର ଗୋଟିଏ ମେଟ୍ରୋଲପଲିଟାଣ୍ଟ ମାଜିଷ୍ଟ୍ରେଟ ଏଫଆଇଆଇଆର ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୦ ମସିହା ଅକ୍ଟୋବର ୨୮ରେ ଏଫଆଇଆଇଆର ରୁଜୁ କରାଯାଇଥିଲା।

ନୂଆଦିଲ୍ଲୀର ଏଲଟିଜି ଅଡିଟୋରିୟମରେ 'Azadi - The Only Way' ବ୍ୟାନରରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ୨୦୧୦ ମସିହା ଅକ୍ଟୋବର ୨୧ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରୟ ଓ ହୁସେନ ତଥାକଥିତ ଭାବେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ।

ଉକ୍ତ ଆଲୋଚନାଚକ୍ରରେ ଭାରତରୁ କଶ୍ମୀରକୁ ଅଲଗା କରିବା ଉପରେ ମତ ରଖାଯାଇଥିଲା। ତେଣୁ ରୟ ଓ ହୁସେନଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ଚାଲୁ ରଖିବାକୁ ଅନୁମତି ଦିଆଯାଉଥିବା ବିଜ୍ଞପ୍ତିରେ କୁହାଯାଇଛି।

ରୟ ଓ ହୁସେନଙ୍କ ବ୍ୟତୀତ ଉକ୍ତ ଆଲୋଚନାଚକ୍ରରେ ଦିବଙ୍ଗତ ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲୀ ଶାହ ଗିଲାନୀ, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଲେକଚର ଏସଏଆର ଗିଲାନୀ ଓ ସମାଜସେବୀ ବରବରା ରାଓ ପ୍ରମୁଖ ଯୋଗ ଦେଇଥିଲେ।

Delhi Jammu Kashmir Arundhati Roy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe