Advertisment

କରଜ ଶୁଝି ପାରିଲେନି ଅଟୋ ଚାଳକ, ସିଜ୍‌ ହେଲା ୨ କୋଟିର ଫ୍ଲାଟ

ଅଟୋ ଚାଳକଜଣକ ୧ କୋଟି ୮୦ ଲକ୍ଷ କରଜ ଆଣିଥିଲେ। ହେଲେ ଶୁଝି ନ ପାରିବାରୁ ବ୍ୟାଙ୍କ ତାଙ୍କର ୨ କୋଟି ମୂଲ୍ୟର ଫ୍ଲାଟ ଜବତ କରିଦେଇଛି।

Auto Driver

Auto Driver

Advertisment

କରଜ ଆଣି ଶୁଝି ନ ପାରିଲେ ସୁଧ ସହ ମୂଳଧନ ବି ଚାଲିଯାଇଥାଏ। ଫଳରେ ବହୁ ପରିଶ୍ରମ ପରେ ବି କରଜ ଆଣିଥିବା ବ୍ୟକ୍ତିଙ୍କ ହାତ ଖାଲି ହୋଇଯାଇଥାଏ । ଏପରି ପରିସ୍ଥିତିରେ ଏବେ ପଡ଼ିଛନ୍ତି ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକ । ଆୟ ତୁଳନାରେ ଅତ୍ୟଧିକ କରଜ କରି ହଟହଟା ହେଉଛନ୍ତି ଡ୍ରାଇଭରଜଣକ । ଫଳରେ ଏବେ ହାତରେ ଟଙ୍କା ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ବି ନାହିଁ। ଅଟୋ ଚାଳକଜଣକ ୧ କୋଟି ୮୦ ଲକ୍ଷ କରଜ ଆଣିଥିବା ବେଳେ ଶୁଝି ନ ପାରିବାରୁ ବ୍ୟାଙ୍କ ତାଙ୍କର ୨ କୋଟି ମୂଲ୍ୟର ଫ୍ଲାଟ ଜବତ କରିଦେଇଛି।

Advertisment

ହାରୁନ ସତ୍ତାର ଶେଖ ନାମକ ବ୍ୟକ୍ତି ମୁମ୍ବାଇରେ ଅଟୋ ଚଳାଇ ପରିବାର ପୋଷନ୍ତି। ହେଲେ ମାୟାନଗରୀରେ ନିଜର ଏକ ଘର ଖଣ୍ଡେ କରିବା ନିମନ୍ତେ ସେ ଉଠାଇଥିବା ପଦକ୍ଷେପ ନିମନ୍ତେ ଏବେ ପଶ୍ଚାତାପ କରୁଛନ୍ତି।

ହାରୁନ ସତ୍ତାର ନିଜ ନାମ ସମେତ ନିଜ ପତ୍ନୀ ନୋଲିଫର ଶେଖ ଓ ଅନ୍ୟ ଜଣେ ମହିଳା ହଲିମା ଶେଖଙ୍କ ନାମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧.୮୦ କୋଟି ଟଙ୍କା ଲୋନ୍‌ କରିଥିଲେ। ମାତ୍ର ଠିକ୍‌ ସମୟରେ ଲୋନ୍‌ ଶୁଝି ପାରି ନ ଥିଲେ। ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ୍‌ ସତ୍ତ୍ୱେ ହାରୁନ ସତ୍ତାର ଲୋନ୍‌ କରିଥିବା ଧନରାଶି ଶୁଝି ପାରି ନ ଥିଲେ।

Advertisment

ଫଳରେ ବ୍ୟାଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଣେ ଅଟୋ ଚାଳକଙ୍କୁ କିପରି ବ୍ୟାଙ୍କ ଏତେ ବଡ଼ ପରିମାଣର ଧନରାଶି ଲୋନ୍‌ ହିସାବରେ ଦିଆଗଲା ତାହା ଉପରେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।

ଏହାପରେ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ହାରୁନ ସତ୍ତାରଙ୍କ ‍ଫ୍ଲାଟ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହି ଫ୍ଲାଟର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କଡ଼ା ପୁଲିସ୍‌ ସୁରକ୍ଷା ମଧ୍ୟରେ ବ୍ୟାଙ୍କ ଅଧିକାରୀ ଉକ୍ତ ଫ୍ଲାଟ୍‌କୁ ସିଲ୍‌ କରିଦେଇଛନ୍ତି।

ଫଳରେ ପୁଣି ଥରେ ବେଘର ହୋଇଯାଇଛନ୍ତି ହାରୁନ ସତ୍ତାର ଓ ତାଙ୍କ ପରିବାର ।

Property Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe