Advertisment

ନିଜ ଅଟୋରେ ନିଆଁ ଲଗାଇବା ପରେ ଚାଳକଙ୍କ ଆତ୍ମହତ୍ୟା ଉଦ୍ୟମ

ଘଟଣାସ୍ଥଳରେ ଉପସ୍ଥିତ ପୁଲିସ୍‌ ତୁରନ୍ତ ତାଙ୍କୁ ମାଡ଼ି ବସି ଏଥିରୁ ରକ୍ଷା କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
Auro Fire

Auro Fire

Advertisment

ତେଲେଙ୍ଗାନାରେ କଂଗ୍ରେସ ସରକାର ଶାସନକୁ ଆସିବା ପରେ ଲାଗୁ କରିଥିବା ‘ମହାଲକ୍ଷ୍ମୀ ଯୋଜନା’କୁ ତୀବ୍ର ବିରୋଧ କରୁଛନ୍ତି ଅଟୋ ଡ୍ରାଇଭର। ଏହି ଯୋଜନାରେ ମହିଳାମାନଙ୍କୁ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳୁ ଥିବାରୁ ବେପାର ମାନ୍ଦା ହେଉଥିବା ଅଭିଯୋଗ କରିଛନ୍ତି ଅଟୋ ଡ୍ରାଇଭର।

Advertisment

ଏହାକୁ ବିରୋଧ କରି ଗତକାଲି ଜଣେ ଅଟୋ ଡ୍ରାଇଭର ହାଇଦ୍ରାବାଦର ପ୍ରଜା ଭବନ ସମ୍ମୁଖରେ ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଡ୍ରାଇଭରଜଣକ ନିଜ ଅଟୋ ସହ ପ୍ରଜା ଭବନ ସମ୍ମୁଖରେ ପହଞ୍ଚିଥିଲେ।  ହଠାତ୍ ସେ ଅଟୋରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ଡ୍ରାଇଭର ଜଣକ ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ।

ମାତ୍ର ଘଟଣାସ୍ଥଳରେ ଉପସ୍ଥିତ ପୁଲିସ୍‌ ତୁରନ୍ତ ତାଙ୍କୁ ମାଡ଼ି ବସି ଏଥିରୁ ରକ୍ଷା କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି।

Advertisment

‘ମହାଲକ୍ଷ୍ମୀ’ ଯୋଜନା ଆରମ୍ଭ ହେବା ପରଠୁ ଅଟୋ ଚଲାଇ କିଛି ବି ରୋଜଗାର ହେଉନି। ଏପରିକି ଏଥିରେ ପରିବାର ଚଳାଇ ହେଉ ନ ଥିବାରୁ ଦୀର୍ଘ ଦିନ ହେବ ମାନସିକ ଚାପରେ ଥିବା କହିଛନ୍ତି ଡ୍ରାଇଭରଜଣକ । ତେଣୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ତେଲେଙ୍ଗାନାରେ କଂଗ୍ରେସ ସରକାର ଶାସନକୁ ଆସିବା ପରେ ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। ଏହାପରେ ନିଜ ନିର୍ବାଚନୀ ପ୍ରତିଶ୍ରୁତି ରଖିବାକୁ ଯାଇ ରେବନ୍ତ ରେଡ୍ଡୀ ତେଲେଙ୍ଗାନାରେ ‘ମହାଲକ୍ଷ୍ମୀ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମହିଳା ଓ ଯୁବତୀମାନଙ୍କ ପାଇଁ ମାଗଣା ବସ୍‌ ଯାତ୍ରାର ବ୍ୟବସ୍ଥା କରାଯାଇଛି।

Telengana Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe