Advertisment

ଡରାଇଲାଣି ବାର୍ଡ ଫ୍ଲୁ: ୯୨୦ କୁକୁଡ଼ାଙ୍କୁ କରାଗଲା ହତ୍ୟା

ପ୍ରଶାସନ କହିଛି ଯେ ଫାର୍ମରେ ଥିବା ପକ୍ଷୀଙ୍କ ବ୍ୟତୀତ ୪,୩୦୦ ଅଣ୍ଡାକୁ ମଧ୍ୟ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ନଷ୍ଟ କରାଯାଇଛି।

Bird Flu

Bird Flu

Advertisment

ଗୋଟିଏ କୁକୁଡ଼ା ଫାର୍ମରେ ଠାବ ହୋଇଛି ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ। ଏହି ଭୂତାଣୁ ଠାବ ହେବା ପରେ ଝାରଖଣ୍ଡ ପ୍ରଶାସନ ପକ୍ଷରୁ ଗୋଟିଏ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଫାର୍ମରେ ଥିବା ୯୨୦ଟି ପକ୍ଷୀଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ମଧ୍ୟରେ ୭୭୦ଟି ବତକ ମଧ୍ୟ ରହିଥିଲେ।

Advertisment

ରାମ କୃଷ୍ଣ ଆଶ୍ରମ ପକ୍ଷରୁ ପରିଚାଳିତ ମୋରାବାଦି ସ୍ଥିତ କୁକୁଡ଼ା ଫାର୍ମ ଦିବ୍ୟାନ କୃଷି ବିଜ୍ଞାନ କେନ୍ଦ୍ରରେ ପକ୍ଷୀମାନଙ୍କୁ ହତ୍ୟା କରାଯାଇଛି। ଏମାନେ ସମସ୍ତେ ବାର୍ଡ ଫ୍ଲୁ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା କରି ଏପରି ପଦକ୍ଷେପ ନିଆଯାଇଛି।

ପ୍ରଶାସନ କହିଛି ଯେ ଫାର୍ମରେ ଥିବା ପକ୍ଷୀଙ୍କ ବ୍ୟତୀତ ୪,୩୦୦ ଅଣ୍ଡାକୁ ମଧ୍ୟ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ନଷ୍ଟ କରାଯାଇଛି। ପକ୍ଷୀମାନଙ୍କ ନମୁନା ପରୀକ୍ଷା ପାଇଁ ଭୋପାଲରେ ଥିବା ICAR-National Institute of High Security Animal Diseases (NIHSAD)କୁ ପଠା ଯାଇଥିଲା।

Advertisment

ପରୀକ୍ଷାରୁ ପକ୍ଷୀଗୁଡ଼ିକ ଏଚ୍‌୫ଏନ୧ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଏଚ୍‌୫ଏନନ୧ ହେଉଛି ଆଭିଆନ ଇନଫ୍ଲୁଏଞ୍ଜାର ଗୋଟିଏ ଷ୍ଟ୍ରେନ।

Bird Flu Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe