Advertisment

ପ୍ରାଣ ପ୍ରତିଷ୍ଠା ପୂର୍ବରୁ 'ମହାଯଜ୍ଞ' କରିବେ ୨୧,୦୦୦ ପୂଜାରୀ

ଜାନୁଆରୀ ୧୪ ତାରିଖରୁ ସରଯୁ ନଦୀ ତଟରେ ଆରମ୍ଭ ହେବ ବିଶାଳ ରାମ ନାମ ମହାଯଜ୍ଞ।

author-image
Madhupriya Mistry
Ayodhya Ram Temple

Ayodhya Ram Temple

ଆସନ୍ତା ୨୨ ତାରିଖରେ ହେବ ଅଯୋଧ୍ୟା ରାମ ମନ୍ଦିରରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଉଦ୍‌ଘାଟନ ହେବ ଭବ୍ୟ ରାମ ମନ୍ଦିର। ଏଥିପାଇଁ ପୂରା ଦେଶ ଉତ୍ସବ ମୁଖର ହୋଇପଡିଛି। ତେବେ ଏହି ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଭିଡ଼ ଜମାଇବେ ୨୧,୦୦୦ ପୂଜାରୀ। ନେପାଳରୁ ହଜାର ହଜାର ପୂଜାରୀ ଆସି କରିବେ ମହାଯଜ୍ଞ।

Advertisment

ଜାନୁଆରୀ ୧୪ ତାରିଖରୁ ସରଯୁ ନଦୀ ତଟରେ ଆରମ୍ଭ ହେବ ବିଶାଳ ରାମ ନାମ ମହାଯଜ୍ଞ। ସରଯୁ ନଦୀ ତଟରେ ୧୦୦୮ ଶିବଲିଙ୍ଗ ସ୍ଥାପନା କରାଯିବ। ଏହି ମହାଯଜ୍ଞ ଜାନୁଆରୀ ୨୫ ଯାଏ ଚାଲିବ। ମହାଯଜ୍ଞକୁ କରିବା ପାଇଁ ନେପାଳରୁ ୨୧ ହଜାର ପୂଜାରୀ ଆସି ଅଯୋଧ୍ୟାରେ ପହଞ୍ଚିବେ। ଏଥିପାଇଁ ସମସ୍ତ ପ୍ରସ୍ତିତୁ ସରିଛି।

ଅଯୋଧ୍ୟା ରାମ ମନ୍ଦିର ଠାରୁ ୨ କିଲୋମିଟର ଦୂରରେ ଏକ ଭବ୍ୟ ଯଜ୍ଞ ବେଦୀର ନିର୍ମାଣ କରାଯାଇଛି। ୧୦୦ ଏକର ଜମିରେ ନିର୍ମିତ ଏହି ଯଜ୍ଞବେଦୀରେ ମହାଯଜ୍ଞ ଆୟୋଜନ ହେବ। ଏଥିରେ ୧୧ ଲେୟାର ଛାତ ରହିଛି। ସେହିପରି ୧୦୦୮ଟି କୁଡିଆ ଘର ତିଆରି କରାଯାଇଛି। ଏଠାରେ ଶିବଲିଙ୍ଗଗୁଡିକୁ ସ୍ଥାପନ କରାଯିବ। ପ୍ରତିଦିନ ୧୦୦୮ ଶିବଲିଙ୍ଗଙ୍କ ପଞ୍ଚାମୃତରେ ସ୍ନାନ କରାଯିବ।

Advertisment

ଆତ୍ମାନନ୍ଦ ଦାସ ମହାତ୍ୟାଗୀ ଅର୍ଥାତ ନେପାଳୀ ବାବାଙ୍କ ଦ୍ୱାରା ଏହି ମହାଯଜ୍ଞର ଆୟୋଜନ କରାଯିବ। ତାଙ୍କ କହିବା ମୁତାବକ, ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଏହି ଯଜ୍ଞ କରାଯାଇଥାଏ। ତେବେ ଚଳିତ ବର୍ଷ ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ପାଇଁ ଏହା ଆୟୋଜନକୁ ବଡ଼ କରାଯାଇଛି।

ଏଠାରେ ୫୦ ହଜାର ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ତା' ସହିତ ପ୍ରତିଦିନ ୧ ଲକ୍ଷ ଭକ୍ତଙ୍କୁ ଏଠାରେ ପ୍ରସାଦ ବଣ୍ଟନ କରାଯିବ। ଯଜ୍ଞଶାଳାରେ ତିଆରି ୧୦୦ଟି ଯଜ୍ଞ କୁଣ୍ଡରେ ୧୧୦୦ ଦମ୍ପତି ରାମ ମନ୍ତ୍ର ଉଚ୍ଚାରଣ ସହ ହୋମଯଜ୍ଞ କରିବେ। ମହାଯଜ୍ଞ ସମାପ୍ତ ହେବା ପରେ ୧୦୦୮ ଶିବଲିଙ୍ଗକୁ ସରଯୁ ନଦୀରେ ବିସର୍ଜନ କରାଯିବ ବୋଲି ସେ କହିଛନ୍ତି।

Ayodhya Ram Mandir Ram Naam Maha Yagya