Advertisment

ଅଯୋଧ୍ୟା ଗଣଦୁଷ୍କର୍ମ: ଫସିଲେ ସପା ନେତା, ମାମଲା ରୁଜୁ

କେବଳ ସେତିକି ନୁହେଁ ଅଭିଯୋଗ ପରେ ବୁଲଡୋଜର ଆକ୍ସନ ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତି ହୋଇଛି।

ଅଦ୍ୟତନ ହୋଇଛି
Rape Case

Rape Case

Advertisment

ପ୍ରଥମେ ଅଯୋଧ୍ୟାରେ ନାବାଳିକା ସହ ଗଣଦୁଷ୍କର୍ମ। ତା'ପରେ ହସ୍ପିଟାଲ ଯାଇ ପୀଡିତାଙ୍କ ପରିବାରକୁ ହତ୍ୟା ଧମକ। ଏଭଳି କିଛି ଅଭିଯୋଗ ଆସିବା ପରେ ସମଜବାଦୀ ପାର୍ଟି ନେତାଙ୍କ ବଢ଼ିଛି ଅଡୁଆ। ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।

Advertisment

ଅଯୋଧ୍ୟାର ଭଦ୍ରାସା ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାରର ଅଭିଯୋଗରେ ସମାଜବାଦୀ ପାର୍ଟି ନେତାଙ୍କ ବିରୋଧରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଏହି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସପା ନେତା ମୋଇଦ ଖାନ୍‌, ସପା ନେତା ତଥା ଭଦ୍ରାସା ଅଧ୍ୟକ୍ଷ ମହମ୍ମଦ ରସିଦ, ଜୟ ସିଂହ ରାଣା ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।

କେବଳ ସେତିକି ନୁହେଁ ଅଭିଯୋଗ ପରେ ଏବେ ମୋଇଦ ଖାନଙ୍କ ଉପରେ ବୁଲଡୋଜର ଆକ୍ସନ ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତି ହୋଇଛି। ମୋଇଦ ଖାନଙ୍କ ବେକେରୀକୁ ସିଲ୍‌ କରାଯିବା ସହ ତା'ର ଲାଇସେନ୍ସ ବାତିଲ କରାଯାଇଛି। ପୋଖରୀ ଓ ଶ୍ମଶାନ ସହିତ ବହୁ ସରକାରୀ ଜମି ବେଆଇନ ଭାବେ ଦଖଲ କରିଥିବା ମୋଇଦ ଖାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।

Advertisment

ପୀଡିତାଙ୍କ ପରିବାର ସଦସ୍ୟ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ଆପୋଷ ବୁଝାମଣା ପାଇଁ କହିଥିଲେ କିନ୍ତୁ ସେମାନେ ମନା କରିଦେବାରୁ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଥିଲା। ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ, ଅଭିଯୁକ୍ତମାନେ ରାତି ୧୧ଟାରେ ଜିଲ୍ଲା ମହିଳା ଡାକ୍ତରଖାନାକୁ ଯାଇ ପୀଡିତାଙ୍କ ପରିବାରକୁ ଆପୋଷ ବୁଝାମଣା କରିବାକୁ କହିଥିଲେ ଏବଂ ଯଦି ସେମାନେ ଏଥିରେ ରାଜି ନହେବେ ତେବେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। 

ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟା ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ନିଜ ସରକାରୀ ବାସଭବନରେ ଭେଟିଥିଲେ। ଅଭିଯୁକ୍ତଙ୍କୁ କଡା ଦଣ୍ଡ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଦୋଷୀମାନଙ୍କୁ କୌଣସି ମୂଲ୍ୟରେ ରକ୍ଷା ମିଳିବ ନାହିଁ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗୀ କହିଥିଲେ।

ଜୁଲାଇ ୩୦ରେ ଅଯୋଧ୍ୟା ପୁଲିସ ଜିଲ୍ଲାର ପୁରକାଲାଣ୍ଡର ପୁଲିସ ଷ୍ଟେସନ ଅଞ୍ଚଳର ଭଦ୍ରସା ନାଗରରେ ଏକ ବେକେରୀ ଚଳାଉଥିବା ତଥା ସପା ନେତା ମୁଇଦ ଖାନ ଏବଂ ତାଙ୍କ କର୍ମଚାରୀ ରାଜୁ ଖାନଙ୍କୁ ଗଣଦୁଷ୍କର୍ମ ମାମଲାରେ ଗିରଫ କରିଥିଲା। ଏହି ମାମଲାରେ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ପୁରକାଲାଣ୍ଡର ରତନ ଶର୍ମା ଏବଂ ଭଦ୍ରାସା ଆଉଟପୋଷ୍ଟ ଦାୟିତ୍ୱରେ ଥିବା ଅଖିଳେଶ ଗୁପ୍ତାଙ୍କୁ ନିଲମ୍ବିତ କରାଯାଇଛି।

କହିରଖୁ ଯେ, ନାବାଳିକାଙ୍କୁ ନିଜ ବେକରୀ ସପ୍‌ରେ ଚାକିରି ଦେବା ବାହାନାରେ ମୋଇଦ ଖାନ୍ ତାଙ୍କ ସହ ଦୁଇ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଯଦି ଏ ବିଷୟରେ ସେ କହାକୁ କୁହନ୍ତି ତେବେ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ସେ ଧମକ ଦେଇଥିବା ଅଭିଯୋଗ ହୋଇଛି। 

Ayodhya Yogi Aditya Nath Gang Rape Case Samajwadi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe