/odisha-reporter/media/post_attachments/uploadimage/library/16_9/16_9_0/Ayodhya_1703695186.jpg)
Ayodhya
ଭବ୍ୟ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଅଯୋଧ୍ୟା ରେଳ ଷ୍ଟେସନର ନାଁ ବଦଳିଛି। ଅଯୋଧ୍ୟା ରେଳ ଷ୍ଟେସନର ନାଁ ଏବେ ଅଯୋଧ୍ୟା ଧାମ ଜଙ୍କସନ ହୋଇଛି। ଅଯୋଧ୍ୟାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଲାଲୁ ସିଂହ ସୋଶାଲ ମିଡିଆରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।
ସେ କହିଛନ୍ତି, “ଅଯୋଧ୍ୟା ଜଙ୍କସନର ନାଁ ଅଯୋଧ୍ୟା ଧାମ ଜଙ୍କସନ ହୋଇଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ନବନିର୍ମିତ ଭବ୍ୟ ଅଯୋଧ୍ୟା ରେଳ ଷ୍ଟେସନର ନାଁ ଅଯୋଧ୍ୟା ଧାମ ଜଙ୍କସନ ହୋଇଛି। ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ନାଁକୁ ପରିବର୍ତ୍ତନ କରାଯାଇଛି।”
ଆସନ୍ତା ୨୨ ତାରିଖରେ ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେହିପରି ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଦ୍ୟ କଡ଼ାକଡ଼ି କରାଯାଇଛି।
अयोध्या जंक्शन हुआ “अयोध्या धाम” जंक्शन
भारत के यशस्वी मा॰ प्रधानमंत्री श्री @narendramodi जी के मार्गदर्शन में नवनिर्मित भव्य अयोध्या रेलवे स्टेशन के अयोध्या जंक्शन का नाम, जनभावनाओं की अपेक्षा के अनुरूप, परिवर्तित कर #अयोध्या_धाम_जंक्शन कर दिया गया है..
1/2.. pic.twitter.com/WHKpAb5wmO
— Lallu Singh (@LalluSinghBJP) December 27, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
