Advertisment

ରାମଲଲାଙ୍କ ପାଇଁ ବ୍ୟାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ, ଲାଠି ଚାର୍ଜ କଲା ପୁଲିସ

ଲାଉଡସ୍ପିକର ଜରିଆରେ ଭକ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରାଯାଇଛି।

Police Lathicharged

Police Lathicharged

Advertisment

ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଆଜିଠୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ। ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଜମିଛି ଭକ୍ତଙ୍କ ଅସମ୍ଭାଳ ଭିଡ଼। ଭୋର ୩ଟାରୁ ରାମଙ୍କ ଦର୍ଶନ ପାଇଁ ଲୋକ ଭିଡ ଜମାଇଛନ୍ତି। ମନ୍ଦିର ଖୋଲିବା ମାତ୍ରାରେ ହିଁ ଭଗବାନଙ୍କ ଦର୍ଶନ କରିବା ପାଇଁ ଲୋକେ ଆତୁର ହୋଇପଡିଛନ୍ତି। ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଯାଏଁ ଭକ୍ତମାନେ ଦର୍ଶନ କରିଥିଲେ। ତେବେ ୨ଟାରେ ପୁଣି ଥରେ ମନ୍ଦିର ଖୋଲିଥିଲା। ଏହାପରେ ଭକ୍ତଙ୍କ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ ଅସମ୍ଭବ ହୋଇପଡିଛି।

Advertisment

ଲୋକ ବ୍ୟାରିକେଡ୍‌ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଫଳରେ ପୁଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଛି। ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେନାକୁ ମଧ୍ୟ ମୁତୟନ କରାଯାଇଛି। ସେପଟେ ସ୍ଥିତି ବିଗୁଡୁଥିବା ଦେଖି ପୁଲିସ କମିଶନର, ଆଇଜି ଓ ଏଡିଜି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲାଉଡସ୍ପିକର ଜରିଆରେ ଭକ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରାଯାଇଛି।

ଜନ୍ମଭୂମି ପଥ ଠାରୁ ୫୦୦ ମିଟର ଦୂରରେ ଏକ ଅସ୍ଥାୟୀ ଗେଟ୍ ଲଗାଯାଇ ଶ୍ରଦ୍ଧାଳୁଙ୍କୁ ରୋକିବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଶ୍ରଦ୍ଧାଳୁମାନେ ଏହାକୁ ଭାଙ୍ଗି ଦେଇଛନ୍ତି। ଫଳରେ ଶ୍ରଦ୍ଧାଳୁଙ୍କ ସମେତ କିଛି ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି। ବ୍ୟାରିକେଡ୍‌ ଭାଙ୍ଗି ଲୋକେ ମନ୍ଦିର ଭିତରେ ପ୍ରବେଶ କରୁଥିବାରୁ ସାଢ଼େ ୧୧ଟାରେ ଆଳତି ପରେ ମନ୍ଦିରକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଲଗାତର ଭିଡ ବଢ଼ୁଥିବା ଦେଖି ପୁଣି ଥରେ ମନ୍ଦିରରେ ଦର୍ଶନ ଆରମ୍ଭ କରାଯାଇଥିଲା।

Advertisment

୨ଟାରେ ମନ୍ଦିର ଭିତରେ ଓ ବାହାରେ ଭିଡ ନିୟନ୍ତ୍ରଣ ବାହାରକୁ ଯିବା ପରେ ପୁଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଛି। ଏହାକୁ ନେଇ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଲୋକେ ଖସି ଯାଇ ଆହତ ହୋଇଛନ୍ତି। ପରେ ଧାଡ଼ି ବ୍ୟବସ୍ଥା କରାଯାଇ ଜଣ ଜଣ କରି ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଭିତରକୁ ଛଡା ଯାଇଛି।

ସେପଟେ ଭିଡକୁ ଦେଖି ଅନ୍ୟ ଜିଲ୍ଲାରୁ ଅଯୋଧ୍ୟା ଆସୁଥିବା ଗାଡ଼ିକୁ ଅଟକାଇ ଦିଆଯାଇଛି। ସେମାନଙ୍କୁ ଅଧ ରାସ୍ତାକୁ ଫେରି ଯିବାକୁ କୁହାଯାଇଛି। ଭିଡ ଥିବା ଅନ୍ୟ କୌଣସି ଦିନ ଆସିବାକୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି।

Ayodhya Ram Mandir Police Lathicharged
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe