Advertisment

ଯୋଗୀଙ୍କ କଡ଼ା ନିର୍ଦ୍ଦେଶ; ୨୨ରେ ବନ୍ଦ ରହିବ ରାଜ୍ୟର ସବୁ ମଦ ଦୋକାନ

ଆସନ୍ତା ୨୨ ତାରିଖରେ ଉତ୍ତରପ୍ରଦେଶରେ ମଦ ବିକ୍ରି ବନ୍ଦ ରହିବ । ଉକ୍ତ ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Ram Mandir

Ram Mandir

Advertisment

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ। ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। ସମଗ୍ର ରାଜ୍ୟରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ଉକ୍ତ ଦିନ ଅର୍ଥାତ ୨୨ ତାରିଖରେ ଉତ୍ତରପ୍ରଦେଶରେ ମଦ ବିକ୍ରି ବନ୍ଦ ରହିବ । ଉକ୍ତ ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏନେଇ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି, ଆସନ୍ତା ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏପରି ଶୁଭ ମୁହୂର୍ତ୍ତରେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏନେଇ ସବୁ ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏଥିରେ ସାମାନ୍ୟ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଦେଶବିଦେଶରୁ ୬ ହଜାରରୁ ଅଧିକ ଅତିଥି ଯୋଗ ଦେବେ। ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ମୁତୟନ କରାଯାଇଛି। ପ୍ରତି ଗଳି, ଛକ ଉପରେ ନଜର ରଖିବାକୁ କେବଳ ଅଯୋଧ୍ୟାରେ ୧୦ ହଜାର ସିସିଟିଭି ଲଗା ଯାଇଛି। ଅଯୋଧ୍ୟାକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱକୁ ସଫା କରି ଦିଆଯାଇଥିବା ବେଳେ ମଝିରେ ମଝିରେ ଆମ୍ବୁଲାନ୍ସ ଛିଡ଼ା କରାଯାଇଛି।

Advertisment

ସମଗ୍ର ଅଯୋଧ୍ୟା ଏବେ ରାମମୟ ହୋଇ ଯାଇଥିବା ବେଳେ ଅଯୋଧ୍ୟା ଏୟାରପୋର୍ଟରେ ଦେଖିବାକୁ ମିଳିଛି ପ୍ରଭୁ ରାମଙ୍କ ଛାପ । ଅଯୋଧ୍ୟାଙ୍କୁ ଭିଭିଆଇପି ଅତିଥିଙ୍କ ଆଗମନକୁ ଲକ୍ଷ୍ୟ ରଖଇ ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରି ସାରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି। 

Ayodhya Ram Mandir Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe