Advertisment

ରାମଲଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ

ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲଲା।

Rama Lalla Surya Tilak

Rama Lalla Surya Tilak

Advertisment

ରାମଲଲାଙ୍କ ହେଲା ସୂର୍ଯ୍ୟାଭିଷେକ। ମଥାରେ ଝଲସିଲା ସୂର୍ଯ୍ୟ ତିଳକ। ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲଲା। ରାମନବମୀ ଅବସରରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ବିଗ୍ରହର ସୂର୍ଯ୍ୟ ତିଳକ ହୋଇଛି। ଏହି ସମୟରେ ମନ୍ଦିର ଭିତରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ।

Advertisment

ବିଶ୍ୱାସ ଏବଂ ବିଜ୍ଞାନର ମିଳନରେ ରାମଲଲାଙ୍କ ସୂର୍ଯ୍ୟାଭିଷେକ କରାଯାଇଛି। ଏହି ସମୟରେ ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିଲା ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ୫୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀ ରାମଙ୍କ ସୂର୍ଯ୍ୟାଭିଷେକ ହୋଇଛି। ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା।

ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ ହେବା ପରେ ସମଗ୍ର ମନ୍ଦିର ପରିସର ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଥିଲା। ସୂର୍ଯ୍ୟ ତିଲକର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାମ ନବମୀ ଦିନ ରାମଲଲାଙ୍କ ବିଶେଷ ପୂଜା କରାଯାଇଥିଲା। ଠିକ ଦ୍ୱିପ୍ରହରରେ ରାମଲାଲାଙ୍କ ସୂର୍ଯ୍ୟ ତିଳକ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟ ତିଲକ ପରେ ଭଗବାନ ଶ୍ରୀ ରାମଙ୍କର ବିଶେଷ ଉପାସନା କରାଯାଇଥିଲା ଏବଂ ଆଳତି କରାଯାଇଥିଲା। ରାମଲଲାଙ୍କ ଏହି ବିଶେଷ ପୂଜାର୍ଚ୍ଚନା ଦେଖିବା ପଶଇଁ ଅଯୋଧ୍ୟାରେ ଭକ୍ତଙ୍କ ଭିଡ଼ ଜମିଛି।

Advertisment

ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲଗାଯାଇଥିଲା। ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିଥିଲା।

Ram Navami Ayodhya Ram Mandir Ram Lalla Surya Tilak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe