Advertisment

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର, ସତର୍କ କଲା ଗୁଇନ୍ଦା ବିଭାଗ

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ନିୟୋଜିତ ଥିବା ସମସ୍ତ ସୁରକ୍ଷା ଏଜେନ୍ସିଗୁଡିକୁ ଆଲର୍ଟ କରାଯାଇଛି।

terrorist-attack-alert

terrorist-attack-alert

Advertisment

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାମ ମନ୍ଦିର। ଉଦ୍‌ଘାଟନ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ହାଇ ଆଲର୍ଟ ଜାରି ହୋଇଛି। କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କୁ ଟାର୍ଗେଟ କରାଯାଇପାରେ। କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଜରିଆରେ ଏହି ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗ ସତର୍କ କରିଛି।

Advertisment

ଆଲର୍ଟ ପରେ କେନ୍ଦ୍ରୀୟ ଏଜେନ୍ସି କିଭଳି ଏହି ବିପଦକୁ ସାମ୍ନା କରାଯିବ ସେ ନେଇ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସିଙ୍କ ସହ ମିଳିତ ଭାବେ ବୈଠକ କରିଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ନିୟୋଜିତ ଥିବା ସମସ୍ତ ସୁରକ୍ଷା ଏଜେନ୍ସିଗୁଡିକୁ ଆଲର୍ଟ କରାଯାଇଛି। କୌଣସି ସନ୍ଦେହଜନକ ଜିନିଷ ଦେଖିଲେ କିମ୍ବା କାହା ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାମମନ୍ଦିରର ଉଦଘାଟନ ପାଇଁ ଅଯୋଧ୍ୟାରେ ସୁରକ୍ଷାବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ସିସିଟିଭି ଜରିଆରେ ପୂରା ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ଅଯୋଧ୍ୟାର ୟେଲୋ ଜୋନ୍‌ରେ ଏଆଇ ଆଧାରିତ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାରେ ଚେହେରା ଚିହ୍ନଟ ହେବା ସହ ସମସ୍ତ ତଥ୍ୟକୁ ବେଶ ସହଜରେ ଜାଣି ହେବ। ଏହାର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଖୋଲାଯାଇ ପୂରା ସହର ଉପରେ ନଜର ରଖାଯାଉଛି।

Advertisment

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ ହେବ। ମନ୍ଦିର ଭିତରେ ବିରାଜମାନ କରିବେ ରାମଲଲା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ପୂରା ଅଯୋଧ୍ୟା। ଦେଶର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଅଗଣିତ ଭକ୍ତ ଆସୁଛନ୍ତି। ସେହିପରି ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା ଓ ଅଭିନେତା ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ। ଏଥିପାଇଁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରିତ କରାଯାଇଛି।

Ayodhya Ram Mandir Terrorist Attack Alert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe