Advertisment

୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ଆଡଭାନୀ, ଯୋଶୀଙ୍କୁ ଅଯୋଧ୍ୟା ମନା

ମନ୍ଦିର ପ୍ରଶାସନ ତରଫରୁ ଉଭୟଙ୍କୁ ଏହି ଉତ୍ସବରେ ଯୋଗ ଦେବାକୁ ଉଭୟଙ୍କୂ ବାରଣ କରାଯାଇଛି।

ଅଦ୍ୟତନ ହୋଇଛି
Lal Krishna Advani & Murli Manohar Joshi

Lal Krishna Advani & Murli Manohar Joshi

Advertisment

ଆସନ୍ତା ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରତିଷ୍ଠା ହେବ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର। ଏଥିନିମନ୍ତେ ଗର୍ଭଗୃହ କାମ ପ୍ରାୟତଃ ଶେଷ ହୋଇଗଲାଣି। ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ୨ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରୀତ କରାଯାଇଛି। ମାତ୍ର ମନ୍ଦିର ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ ଚଳାଇଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମନୋହର ଯୋଶୀ ଏହି ତାଲିକାରୁ ବାଦ୍‌ ପଡ଼ି ଯାଇଛନ୍ତି।

Advertisment

ମନ୍ଦିର ପ୍ରଶାସନ ତରଫରୁ ଉଭୟଙ୍କୁ ଏହି ଉତ୍ସବରେ ଯୋଗ ଦେବାକୁ ଉଭୟଙ୍କୁ ବାରଣ କରାଯାଇଛି। ବୟସାଧୀକ ହେତୁ ଉଭୟ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କୁ ଏହି ଉତ୍ସବରେ ଯୋଗ ନ ଦେବାକୁ ମନ୍ଦିର କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟି ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ପୂର୍ବ ମାନବ ସମ୍ବଳ ବିକାଶ ମନ୍ତ୍ରୀ ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟାଗତ ସମସ୍ୟା ଓ ବୟସକୁ ଦୃଷ୍ଟିରେ ରଖି ଏପରି ପରାମର୍ଶ ଦିଆଯାଇଛି।

Advertisment

କାରଣ ଆଡଭାନୀ ଏବେ ୯୬ ବର୍ଷରେ ପହଞ୍ଚିଥିବା ବେଳେ ଯୋଶୀ ୯୦ ବର୍ଷ ବୟସ୍କ ହୋଇ ସାରିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟଙ୍କୁ ମନ୍ଦିର କର୍ତ୍ତୃପକ୍ଷ ଯୋଗ ନ ଦେବାକୁ ଅନୁରୋଧ କରିଥିବା ବେଳେ ଏହାକୁ ଉଭୟ ସ୍ୱୀକାର କରି ସାରିଥିବା ଜଣାଯାଇଛି।

ରାମ ମନ୍ଦିର ଟ୍ରଷ୍ଟି ମହାସଚିବ ଚମ୍ପତ ରାୟ ଏହି ଅବସରରେ କହିଛନ୍ତି, ପ୍ରାଣ ପ୍ରତିଷ୍ଠ ସମାରୋହ ପାଇଁ ସବୁ ପ୍ରସ୍ତୁତି ଆସନ୍ତା ୧୫ ତାରିଖ ସୁଦ୍ଧା ଶେଷ ହେବ । ପ୍ରାଣ ପ୍ରତିଷ୍ଠ ପୂଜା ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହୋଇ ୨୨ ଜାନୁୟାରୀରେ ଶେଷ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚି ଏହି ସମାରୋହରେ ସାମିଲ ହେବେ।

ଏଥିସହ ଚମ୍ପତରାୟ କହିଛନ୍ତି, ବିଭିନ୍ନ ପରମ୍ପରାର ୧୫୦ ସାଧୁସନ୍ଥ, ୬ ଦର୍ଶନ ପରମ୍ପରାର ଶଙ୍କରାଚାର୍ଯ୍ୟ ଓ ୧୩ ଆଖଡ଼ା ଏଥିରେ ସାମିଲ ହେବେ। ଏଥିନିମନ୍ତେ ୪ ହଜାର ସାଧୁ ଯୋଗ ଦେବେ । ଏହାବାଦ ୨୨୦୦ ଅନ୍ୟ ଅତିଥିଙ୍କୁ ନିମନ୍ତ୍ରୀତ କରାଯାଇଛି।

ଜାନୁଆରୀ ୨୨ରେ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଉକ୍ତ ଐତିହାସିକ ଦିନର ମୁକସାଖୀ ବନିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଜାନୁଆରୀ ୨୨ରେ ଶ୍ରଦ୍ଧାଳୁମାନେ ଆଦୌ ଅଯୋଧ୍ୟା ଆସନ୍ତୁ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ମନ୍ଦିର ପ୍ରାଣ ପ୍ରାଣ ପ୍ରତିଷ୍ଠା ପରେ ୨୩ ଜାନୁୟାରୀରୁ ସାଧାରଣ ଲୋକ ପ୍ରଭୁ ରାମଙ୍କ ଦର୍ଶନ କରି ପାରିବେ ବୋଲି ସେ କହିଛନ୍ତି। ଉତ୍ତର ଭାରତୀୟ ପରମ୍ପରା ଅନୁଯାୟୀ, ପ୍ରତିଷ୍ଠ ସମାରୋହ ପରେ ୨୪ ଜାନୁୟାରୀରୁ ୪୮ ଦିନ ପର୍ଯ୍ୟନ୍ତ ମଣ୍ଡଳ ପୂଜା ହେବ ।

Ayodhya Ram Mandir Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe