Advertisment

ରାମ ମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ, ଦୁର୍ବଳ ହେଲାଣି ପଥର

ଶ୍ରମିକ ଅଭାବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିଳମ୍ବ। ଧାର୍ଯ୍ୟ ସମୟରୁ ତିନି ମାସ ବିଳମ୍ବରେ ସଂପୂର୍ଣ୍ଣ ହେବ କାର୍ଯ୍ୟ। ଦୁର୍ବଳ ହୋଇଥିବା ପଥର ବଦଳିବ।

author-image
Debadatta Aryashrestha
Ram Temple Ayodhya

Ram Temple Ayodhya

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ଜୁନ ୨୦୨୫ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ ଏହା ବର୍ତ୍ତମାନ ଆହୁରି ତିନି ମାସ ବିଳମ୍ବ ହୋଇପାରେ। ଅର୍ଥାତ ସେପ୍ଟେମ୍ବର ୨୦୨୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସୂଚନା ଦେଇ କହିଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର।

Advertisment

ପ୍ରାୟ ୨୦୦ ଶ୍ରମିକଙ୍କ ଅଭାବ କାରଣରୁ ନିର୍ମାଣରେ ବିଳମ୍ବ ହେଉଥିବା ସେ କହିଛନ୍ତି। ଆହୁରି ମଧ୍ୟ ମନ୍ଦିରର ପ୍ରଥମ ମହଲାରେ କିଛି ପଥର ଦୁର୍ବଳ ହୋଇଯାଇଥିବାରୁ ଏଗୁଡ଼ିକୁ ବଦଳାଇବାର ଆବଶ୍ୟକତା ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାର ଅନ୍ୟତମ ପ୍ରମୁଖ କାରଣ। ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ କହିଛନ୍ତି, 'ମନ୍ଦିରର ସୀମା କାନ୍ଥରେ ବ୍ୟବହାର ପାଇଁ ଲାଲ ବଂଶୀ ପାହଡ଼ପୁର ୮.୫ ଲକ୍ଷ ଘନଫୁଟ ପଥର ଅଯୋଧ୍ୟାରେ ପହଞ୍ଚି ସାରିଛି। ହେଲେ ଶ୍ରମିକ ଅଭାବରୁ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିବା ପଥରଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ପ୍ରଥମ ମହଲାରେ ଲାଗିଥିବା କିଛି ପଥର ଦୁର୍ବଳ ଏବଂ ପତଳା ହେଉଥିବା ଦେଖିବାକୁ ମିଳିଛି। ସେଗୁଡ଼ିକ ସ୍ଥାନରେ ଅଧିକ ଶକ୍ତିଶାଳି ମାକ୍ରାନା ପଥର ବ୍ୟବହାର କରାଯିବ। ନିକଟରେ ମନ୍ଦିର ନିର୍ମାଣ କମିଟିର ଦୁଇ ଦିନିଆ ବୈଠକରେ ମନ୍ଦିର ସହିତ ଜଡିତ ଅନ୍ୟାନ୍ୟ ସଂରଚନାର ସ୍ଥିତି ସମୀକ୍ଷା କରାଯାଇଥିଲା। ଅଡିଟୋରିୟମ, ସୀମା ଏବଂ ପରିକ୍ରମା ପଥ ଭଳି ନିର୍ମାଣ ପ୍ରକ୍ରିୟା ଚାଲିଛି।

Advertisment

ମନ୍ଦିରର ସମସ୍ତ ମୂର୍ତ୍ତି ନିର୍ମାଣ ଚଳିତ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି କାରିଗରମାନେ ନିଶ୍ଚିତ କରିଛନ୍ତି। ପ୍ରଭୁ ରାମଙ୍କ ଦରବାର ଏବଂ ୭ଟି ପାର୍ଶ୍ୱ ମନ୍ଦିର ପାଇଁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୟପୁରରେ ଚାଲିଛି। ଡିସେମ୍ବର ସୁଦ୍ଧା ଏହି ମୂର୍ତ୍ତିଗୁଡ଼ିକୁ ଅଯୋଧ୍ୟା ଅଣାଯିବ ଏବଂ ପରେ କେଉଁ ମନ୍ଦିରରେ କେଉଁ ମୂର୍ତ୍ତି ସ୍ଥାନପନ କରାଯିବ, ତାହା ସ୍ଥିର ହେବ ବୋଲି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି।

Ayodhya Ram Mandir Ram Temple Ayodhya