Advertisment

ଦିବ୍ୟାଙ୍ଗ ପାଇଁ ଅଯୋଧ୍ୟା ରାମ ମନ୍ଦିରରେ କରାଯାଇଛି ଏହି ସବୁ ବ୍ୟବସ୍ଥା

ଅଯୋଧ୍ୟାର ରାମ ମନ୍ଦିର ଦିବ୍ୟାଙ୍ଗ ଫ୍ରେଣ୍ଡଲୀ ରହିବ। ଏଠାରେ ସ୍ଥାୟୀ ଭାବେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Ram Mandir

Ram Mandir

ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ ହେବ। ଗର୍ଭଗୃହରେ ରମାଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସବୁ କରାଯାଇଛି। ପୂରା ଅଯୋଧ୍ୟା ଏବେ ଭକ୍ତିମୟ ପରିବେଶରେ ପରିପୂର୍ଣ୍ଣ ହୋଇଛି।

Advertisment

ତେବେ ଅଯୋଧ୍ୟାର ରାମ ମନ୍ଦିର ଦିବ୍ୟାଙ୍ଗ ଫ୍ରେଣ୍ଡଲୀ ରହିବ। ଏଠାରେ ସ୍ଥାୟୀ ଭାବେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ ଅତି ସହଜରେ ମନ୍ଦିରର ସବୁ ଜିନିଷର ସହାୟତା ପାଇପାରିବେ।

ପ୍ରବେଶ ପଥରେ ଦିବ୍ୟାଙ୍ଗଙ୍କ ପାଇଁ ଲିଫ୍ଟ୍ସ ଓ ୨ଟି ରାମ୍ପର ବ୍ୟବସ୍ଥା କରାଯାଇଛି। ଏହା ଯାତାୟାତକୁ ସହଜ କରିବ ଓ ଦିବ୍ୟାଙ୍ଗମାନେ ଅତି ସହଜରରେ ରାମଲଲାଙ୍କ ଦର୍ଶନ କରିପାରିବେ।

Advertisment

ଏ ସମ୍ପର୍କରେ ସୂଚନା ଦେଇ ବିଜେପି ଦିବ୍ୟାଙ୍ଗ ସେଲର ଉତ୍ତର ପ୍ରଦେଶ ସଭାପତି ଓମ ପ୍ରକାଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଆଦର୍ଶରେ ପ୍ରଭାବିତ ହୋଇ ନିର୍ମାଣଧୀନ ମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ ଯେମିତି ମନ୍ଦିରର ସବୁ ସୁବିଧାସୁଯୋଗ ପାଇପାରିବେ, ତା’କୁ ଦୃଷ୍ଟିରେ ରଖି ନିର୍ମାଣ କାମ ଆଗକୁ ବଢ଼ୁଛି।

ସମସ୍ତେ ଯେମିତି ସହଜରରେ ମନ୍ଦିର ଭିତରକୁ ଯାଇ ପାରିବେ, ତା’ର ବ୍ୟବସ୍ଥା ହୋଇଛି। ବିଶେଷ କରି ଦିବ୍ୟାଙ୍ଗମାନଙ୍କ ଦର୍ଶନକୁ ସହଜ କରିବା ପାଇଁ ପ୍ରବେଶ ପଥରେ ଲିପ୍ଟ୍ସ ଓ ୨ଟି ରାମ୍ପର ସୁବିଧା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସହ ସମସ୍ତଙ୍କ ଦର୍ଶନ ପାଇଁ ମନ୍ଦିରକୁ ନିର୍ମାଣ କରାଯାଉଥିବା ସେ କହିଛନ୍ତି।

କାଶୀ ଠାରେ ଆୟୋଜିତ ବିଜେପିର ଦିବ୍ୟାଙ୍ଗ ସେଲ ବୈଠକରେ ଓମ ପ୍ରକାଶ ଏପରି କଥା କହିଛନ୍ତି। ସମାଜ ଓ ରାଜନୀତିରେ ଦିବ୍ୟାଙ୍ଗମାନଙ୍କ ଯୋଗାଦାନକୁ ତ୍ୱରାନ୍ୱିତ କରିବା ପାଇଁ ବିଜେପି ଏପରି ଏକ ସେଲ କରିଛି। ଆସନ୍ତା ସାଧାରଣ ନିର୍ବାଚନ ବେଳେ ଦିବ୍ୟାଙ୍ଗମାନଙ୍କୁ କାମରେ ନିୟୋଜିତ କରିବ ବିଜେପି।

ଦେଶରେ ୧୦ କୋଟି ଦିବ୍ୟାଙ୍ଗ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ କୋଟି କେବଳ ଉତ୍ତର ପ୍ରଦେଶରେ ରହୁହନ୍ତି। ସେମାନେ ସରକାର ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମଧ୍ୟ ଓମ ପ୍ରକାଶ ଆଶା ରଖିଛନ୍ତି।

Ayodhya Ram Mandir Ayodhya