Advertisment

କାହିଁକି ରାମ ମନ୍ଦିରରେ ପଡ଼ିଥିଲା ବର୍ଷା ଜଳ? କାରଣ କହିଲେ କମିଟି ଅଧ୍ୟକ୍ଷ

ରାମ ମନ୍ଦିର ଛାତ ଲିକ୍ ହୋଇ ପାଣି ଝରିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ।

ଅଦ୍ୟତନ ହୋଇଛି
Ram Mandir

Ram Mandir

Advertisment

ନବନିର୍ମିତ ଅଯୋଧ୍ୟା ରାମ ମନ୍ଦିର ଛାତରୁ ପାଣି ଝରିବା ନିଶ୍ଚିତ ରୂପେ ଚିନ୍ତାର କାରଣ। ଶହ ଶହ କୋଟି ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ ହେବା ପରେ ଯଦି ଛାତରୁ ପାଣି ଝରିବ ତେବେ ଏଥିପାଇଁ ଦାୟୀ କାହାକୁ କରାଯିବ, ଏହାର ସମାଧାନ କିପରି ହେବ, କ'ଣ ରାମଲଲା ଏପରି ସବୁଦିନ ବର୍ଷା ପାଣିରେ ଓଦା ହେଉଥିବେ? ଏପରି ନାନା ପ୍ରଶ୍ନ ମଧ୍ୟରେ ମନ୍ଦିରରୁ ପାଣି ଝରିବାର ପ୍ରକୃତ କାରଣ କହିଛନ୍ତି ନିର୍ମାଣ କମିଟି ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ରା।

Advertisment

ରାମ ମନ୍ଦିର ଛାତ ଲିକ୍ ହୋଇ ପାଣି ଝରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ରା। ମିଶ୍ରା କହିଛନ୍ତି ଯେ, ମନ୍ଦିର ଛାତରୁ କୌଣସି ଲିକ୍ ହୋଇ ନାହିଁ। ବିଦ୍ୟୁତ୍ ତାର ଲଗାଇବା ପାଇଁ ଯେଉଁ ସ୍ଥାନ ଖାଲି ଛଡାଯାଇଛି, ସେହିଥିରୁ ପାଣି ଲିକ୍ ହୋଇ ମନ୍ଦିର ଭିତରେ ପଡ଼ିଥିଲା।  

ମୁଁ ନିଜେ ମନ୍ଦିର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିସାରିଛି। ବର୍ତ୍ତମାନ ଦ୍ୱିତୀୟ ମହଲା ନିର୍ମାଣାଧୀନ ଅଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ବର୍ଷା ଜଳ ମନ୍ଦିରକୁ କୌଣସି ପ୍ରକାର ପ୍ରବେଶ କରିପାରିବ ନାହିଁ ବୋଲି ମିଶ୍ରା କହିଛନ୍ତି। 

Advertisment

ପ୍ରକାଶ ଥାଉକି ଗତକାଲି ମନ୍ଦିର ନିର୍ମାଣରେ ଅବହେଳା ଅଭିଯୋଗ ଆଣିଥିଲେ ରାମ ଜନ୍ମଭୂମି ଟେମ୍ପଲ୍ ଟ୍ରଷ୍ଟର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ସୋମବାର ମଧ୍ୟରାତ୍ରିରେ ବର୍ଷା ହେବା ପରେ ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ସେ ଅଭିଯୋଗ କରିଥିଲେ।

ଏଥିସହ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହି ଖବର ପ୍ରସାରଣ ହେବା ପରେ ଅନେକ ମନ୍ଦିର ନିର୍ମାଣ କମିଟି କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ କମିଟି ଅଧ୍ୟକ୍ଷ ମନ୍ଦିର ଭିତରେ ପାଣି ପଡ଼ିବାର ପ୍ରକୃତ କାରଣ କହିଛନ୍ତି। 

Ayodhya Ram Mandir Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe