Advertisment

ଅଯୋଧ୍ୟା ରାମ ମନ୍ଦିରରେ ଦ୍ୱିତୀୟ ପର୍ଯ୍ୟାୟ ‘ପ୍ରାଣ ପ୍ରତିଷ୍ଠା’ ଉତ୍ସବ, କେଉଁ ଦିନ କ’ଣ?

ପାରମ୍ପରିକ ନୀତିକାନ୍ତି ଅନୁସାରେ ମନ୍ଦିରର ପ୍ରଥମ ମହଲାରେ ଥିବା ରାମ ଦରବାରରେ ବିଭିନ୍ନ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ।

author-image
Hemant Lenka
Ram Mandir

Ram Mandir

ମଙ୍ଗଳବାର ଠାରୁ ଅଯୋଧ୍ୟାରେ ଥିବା ଶ୍ରୀ ରମ ଜନ୍ମ ଭୂମି ମନ୍ଦିରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଗୋଟିଏ ବିଶାଳ ଶୋଭାଯାତ୍ରା ସୋମବାର ଠାରୁ ସରୟୂ ନଦୀରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ହାଲଆଲର୍ଟ ଜାରି କରାଯାଇଛି।

Advertisment

ମନ୍ଦିର ଚାରି ପାଖରେ ଆତଙ୍କବାଦ ନିରୋଧ ସ୍କ୍ୱାଡର କମାଣ୍ଡୋଙ୍କ ବ୍ୟତୀତ ଆର୍ମୋଡ ଭେଇକିଲକୁ ମୁତୟନ କରାଯାଇଛି। ଉକ୍ତ ଅଞ୍ଚଳକୁ ରେଡ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ସର୍ଭେଲାନ୍ସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ମନ୍ଦିର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ପାରମ୍ପରିକ ନୀତିକାନ୍ତି ଅନୁସାରେ ମନ୍ଦିରର ପ୍ରଥମ ମହଲାରେ ଥିବା ରାମ ଦରବାରରେ ବିଭିନ୍ନ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ। ଏହାବାଦ ଆଉ ୬ଟି ଛୋଟ ଛୋଟ ମନ୍ଦିରରେ ମଧ୍ୟ ଦେବଦେବୀଙ୍କୁ ରଖାଯିବ। ମୁଖ୍ୟ ପ୍ରାଣ ପ୍ରତିଷ୍ଠା ନୀତିକାନ୍ତି ଜୁନ ୫ରେ ଅନୁଷ୍ଠିତ ହେବ। ଏହାର ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି। ଜୁନ ୫ରେ ଗଙ୍ଗା ଦଶହରା ଥିବାରୁ ସେଦିନ ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ।

Advertisment

ସୋମବାର ଠାରୁ ସରୟୂ ଘାଟରୁ ଆରମ୍ଭ ହୋଇଥିବା କଳସ ଯାତ୍ରା ବୀଣେ ଚୌକ, ରାମ ପଥ, ସିଙ୍ଗର ହାଟ ଓ ରଙ୍ଗ ମହଲ ଦେଇ ମନ୍ଦିରରେ ପହଞ୍ଚିଛି। ଜୁନ ୩ ଓ ୪ ତାରିଖରେ ଯଜ୍ଞ ଠାରୁ ଆରମ୍ଭ କରି ୧୯୭୫ଟି ମନ୍ତ୍ର, ରାମ ରକ୍ଷା ସୋତ୍ର, ହନୁମାନ ଚାଳିଶା ଓ ଅନ୍ୟ ବେଦ ପାଠ କରାଯିବ। ସକାଳ ୬.୩୦ରୁ ସନ୍ଧ୍ୟା ୬.୩୦ ଯାଏ ଏସବୁ ନୀତିକାନ୍ତି ଅନୁଷ୍ଠିତ ହେବ। ଭଗବାନ ରାମ, ମାତା ସୀତା, ଲକ୍ଷ୍ମଣ, ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ସମେତ ଅନ୍ୟ ୬ଟି ମନ୍ଦିରର ବିଗ୍ରହଗୁଡ଼ିକର ପ୍ରାଣ ପ୍ରତିଷ୍ଠା ଜୁନ ୫ରେ ଅନୁଷ୍ଠିତ ହେବ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ଟି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହେବ। ମୁଖ୍ୟ ପ୍ରାଣ ପ୍ରତିଷ୍ଠା ବ୍ୟତୀତ ସରୟୂ ତ୍ରୈୟୋଦଶୀ ଉତ୍ସବ, ମନ୍ଦିର ଟ୍ରଷ୍ଟର ସଭାପତି ମହନ୍ତ ନିର୍ତିୟ ଗୋପାଲ ଦାସଙ୍କ ଜନ୍ମ ଦିନ ଓ ବିଶ୍ୱ ପରିବେଶ ଦିବସ ପାଇଁ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗୀ ଆଦିଥ୍ୟନାଥ ଯୋଗଦେବେ।

Uttar Pradesh Ayodhya Ram Mandir Ram Mandir