Advertisment

ରେକର୍ଡ ୨୫ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

ଆଜି ପୂରା ଅଯୋଧ୍ୟା ରେକର୍ଡ ୨୫ ଲକ୍ଷ ଦୀପରେ ଝଟକିଛି। ଏକକାଳୀନ ଏତେ ସଂଖ୍ୟକ ଦୀପ ଜଳିବା ଗୋଟିଏ ବିଶ୍ୱ ରେକର୍ଡ।

ଅଦ୍ୟତନ ହୋଇଛି
ayodhya

ayodhya

Advertisment

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ବୁଧବାର ପ୍ରଥମ ଥର ପାଇଁ ପାଳନ ହୋଇଛି ଦୀପୋତ୍ସବ। ପୂରା ଅଯୋଧ୍ୟା ରେକର୍ଡ ୨୫ ଲକ୍ଷ ଦୀପରେ ଝଟକିଛି। ଏକକାଳୀନ ଏତେ ସଂଖ୍ୟକ ଦୀପ ଜଳିବା ଗୋଟିଏ ବିଶ୍ୱ ରେକର୍ଡ।

Advertisment

ବାସ୍ତବରେ ଆୟୋଜକମାନେ ୨୫ ଲକ୍ଷ ଦୀପ ଜାଳିବାକୁ ଯୋଜନା କରିଥିଲେ। କିନ୍ତୁ ସରଜୁ ନଦୀ କୂଳରେ ଅତିରିକ୍ତ ୩ ଲକ୍ଷ ଦୀପ ଲୋକମାନେ ଜାଳି ପୂରା ପରିବେଶକୁ ଆହୁରି ଭବ୍ୟ କରିଛନ୍ତି। ଦୀପ ଜଳିବା ପରେ ପୂରା ପରିବେଶ ସୁବର୍ଣ୍ଣ ରଙ୍ଗରେ ରଙ୍ଗାୟିତ ହେଲା ଭଳି ଦେଖାଯାଇଥିଲା।

ଏପରି ଦୀପୋତ୍ସବ ଅଯୋଧ୍ୟା ଭଳି ପବିତ୍ର ସହରର ଧାର୍ମିକ, ପାରମ୍ପରିକ ଓ ସାଂସ୍କୃତିକ ବାତାବରଣକୁ ଦ୍ୱିଗୁଣିତ କରିଛି। ଦୀପୋତ୍ସବ ବେଳେ ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ, ମାଲେସିୟା, କାମ୍ବୋଡିଆ ଓ ଇଣ୍ଡୋନେସିଆର କଳାକାରମାନେ ଆଧ୍ୟାତ୍ମିକ କଳା ପ୍ରଦର୍ଶନ କରିଥିଲେ।

Advertisment

ଏମାନଙ୍କ ବ୍ୟତୀତ ଉତ୍ତରାଖଣ୍ଡରୁ ଆସିଥିବା କଳାକାରମାନେ ରାମଲୀଳା ପ୍ରଦର୍ଶନ କରି ପରିବେଶରେ ଚାରଚାନ୍ଦ ଲଗାଇଥିଲେ। ଅତିରିକ୍ତ ଭାବେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମଧ୍ୟ ଭକ୍ତିରସାତ୍ମକ କାର୍ଯ୍ୟକ୍ରମ ପରିବେଶଣ କରିଛନ୍ତି।

ଏହାପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରତି କରି ଦୀପୋତ୍ସବର ଶୁଭାରମ୍ଭ କରିଥିଲେ। ରାମାୟଣର କଳାକାରମାନେ ବସିଥିବା ରଥକୁ ମଧ୍ୟ ସେ ଟାଣିଥିଲେ।

ଚଳିତ ବର୍ଷର ଦୀପୋତ୍ସବ ପାଇଁ ସାକେତ ମହାବିଦ୍ୟାଳୟ ପକ୍ଷରୁ ୧୮ଟି ଚିତାକର୍ଷକ ପ୍ରଜ୍ଞାପନ ମେଢ଼ ତିଆରି କରାଯାଇଥିଲା। ଏହାବାଦ ସୂଚନା ବିଭାଗ ପକ୍ଷରୁ ୧୧ଟି ଓ ପର୍ଯ୍ୟଟନ ବିଭାଗ ଆଉ ୭ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିଥିଲେ।

ପର୍ଯ୍ୟଟନ ବିଭାଗର ପ୍ରଜ୍ଞାପନ ମେଢ଼ରେ ଆଦି କାଣ୍ଡ, ଅଯୋଧ୍ୟା କାଣ୍ଡ, ଅରଣ୍ୟ କାଣ୍ଡ, କିଷ୍କିନ୍ଧ୍ୟା କାଣ୍ଡ, ସୁନ୍ଦରା କାଣ୍ଡ, ଲଙ୍କା କାଣ୍ଡ ଓ ଉତ୍ତରା କାଣ୍ଡର ଝଲକ ଦେଖିବାକୁ ମିଳିଥିଲା। ତୁଳସୀଦାସଙ୍କ ରାମଚରିତମାନସକୁ ଆଧାର କରି ଏଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା।

ଉତ୍ତର ପ୍ରଦେଶର ମନ୍ତ୍ରୀ ଜୟବୀର ସିଂହ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମଥର ପାଇଁ ଦୀପୋତ୍ସବ ଆୟୋଜନ ହୋଇଛି। ଏହାକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ସବୁ ସ୍ତରରେ ଯୋଜନା ହୋଇଥିଲା। ଏହା ମଧ୍ୟ ରେକର୍ଡ କରିଛି।

Ayodhya Ram Mandir Deepotsav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe