Advertisment

ଆଲ୍ଲାଙ୍କ ସମ୍ପର୍କରେ ବିଜେପି ନେତା ଦେଇଥିବା ବୟାନକୁ ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଅଜାନ ପଢ଼ିଲେ

ଶିବମୋଗା ପୁଲିସ କହିଛି ଯେ ଧାରା ୧୦୭ ଅନୁଯାୟୀ ମାମଲା ହୋଇଛି। ଆମେ ସମସ୍ତ ଯୁବ ଆନ୍ଦୋଳନକାରୀଙ୍କୁ ଏପରି କାମ ପୁଣି କରିବାକୁ ବାରଣ କରିଛୁ।

author-image
Hemant Lenka
Azaan

Azaan

କର୍ଣ୍ଣାଟକାର ଶିବମୋଗା ଜିଲ୍ଲାପାଳଙ୍କ ଅ‍ଫିସ ଆଗରେ ଅଜାନ ପଢ଼ି ପ୍ରତିବାଦ କରିଛନ୍ତି ମୁସଲିମ ସଂପ୍ରଦାୟର ଲୋକ। ଏଥିସହ ବିଜେପି ନେତା ଈଶ୍ୱରପ୍ପା ଆଲ୍ଲା ଓ ଅଜାନ ସମ୍ପର୍କରେ ଦେଇଥିବା ବୟାନକୁ ବିରୋଧ କରି ସେମାନେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଛନ୍ତି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବକ ଅଜାନା ବା ପ୍ରାର୍ଥନା କରୁଥିବା ବେଳେ ତାଙ୍କ ପଛ ପଟେ ଜିଲ୍ଲାପାଳଙ୍କ ଅଫିସ ରହିଛି। ବିକ୍ଷୋଭକାରୀମାନେ ସମାନ କାମ ବିଧାନସଭା ଆଗରେ ମଧ୍ୟ କରିବେ ବୋଲି ଚେତାବାନୀ ଦେଇଛନ୍ତି।

ଡିସି ଅଫିସ ଆଗରେ ଛିଡ଼ା ହୋଇଥିବା ଜଣେ ଯୁବକ କହିଛନ୍ତି, “ଯଦି ସେହି ବିଜେପି ନେତା(ଈଶ୍ୱରପ୍ପା) ଆମ ବାପା ମା’ଙ୍କ ସମ୍ପର୍କରେ କହିଥାଆନ୍ତେ, ଆମେ ଛାଡ଼ି ଦେଇଥାଆନ୍ତୁ। କିନ୍ତୁ ସେ ଆଲ୍ଲା ଓ ଅଜାନ ବିରୋଧରେ କହିଛନ୍ତି। ଯଦି ଦରକାର ପଡ଼ିବ, ଏହା ବିରୋଧରେ ଆମେ ବିଧାନସଭା ଆଗରେ ଅଜାନ ପଢ଼ିବୁ। ଆମେ ଭୀରୁ ନୁହଁ। ସବୁ ମୁସଲିମ ସଂପ୍ରଦାୟର ଲୋକ ଏକାଠି ହୁଅନ୍ତୁ।”

Advertisment

ଶିବମୋଗା ପୁଲିସ କହିଛି ଯେ ଧାରା ୧୦୭ ଅନୁଯାୟୀ ମାମଲା ହୋଇଛି। ଆମେ ସମସ୍ତ ଯୁବ ଆନ୍ଦୋଳନକାରୀଙ୍କୁ ଏପରି କାମ ପୁଣି କରିବାକୁ ବାରଣ କରିଛୁ। କାହାକୁ ବି ହେପାଜତକୁ ନିଆଯାଇନି। ତେବେ ଆନ୍ଦୋଳନ ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଈଶ୍ୱରପ୍ପା ଅଜାନ ଓ ଆଲ୍ଲାଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। କିଛି ଦିନ ତଳେ ଈଶ୍ୱରପ୍ପା କହିଥିଲେ ଯେ “ମୁଁ ଯୁଆଡ଼େ ବି ଯାଉଛି, ଏହା(ଅଜାନ) ମୋର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ସୁପ୍ରିମକୋର୍ଟଙ୍କ ରାୟ ରହିଛି। ଯଦି ନଥାଆନ୍ତା, ତା’ହେଲେ ଅଜାନ ପାଇଁ ଆହ୍ୱାନ କେବେ ଠାରୁ ସରନ୍ତାଣି।”

ଏହାପରେ ବିଜେପି ନେତା ଜଣଙ୍କ ପଚାରିଥିଲେ ଯେ ଆଲ୍ଲା ସେତେବେଳେ ପ୍ରାର୍ଥନା ଶୁଣିନ୍ତି ଯେତେବେଳେ ଅଜାନ ପାଇଁ ଲାଉଡସ୍ପିକରର ବ୍ୟବହାର ହୁଏ? ସେ କହିଥିଲେ, “ମନ୍ଦିରରେ ମହିଳା ଓ ଝିଅମାନେ ପ୍ରାର୍ଥନା ଓ ଭଜନ କରନ୍ତି। ଆମେ ଧାର୍ମିକ। କିନ୍ତୁ ଆମେ ଲାଉଡସ୍ପିକର ବ୍ୟବହାର କରୁନାହୁଁ। ଯଦି ଆପଣମାନେ ପ୍ରାର୍ଥନା ପାଇଁ ଲାଉଡସ୍ପିକର ବ୍ୟବହାର କରନ୍ତି, ଏହାର ଅର୍ଥ ଆଲ୍ଲା ବଧିର।”

Bjp Karnataka