Advertisment

୨୦୧୯ ହେଟସ୍ପିଚ୍‌ ମାମଲାରେ ଆଜମ ଖାନ ଦୋଷମୁକ୍ତ

ଗତବର୍ଷ ଅକ୍ଟୋବର ମାସରେ ରାମପୁର କୋର୍ଟ ଆଜମ ଖାନଙ୍କୁ ଧାରା ୧୫୩ଏ, ୫୦୫ ଓ ୧୯୫୧ ଜନ ପ୍ରତିନିଧି ଆଇନର ଧାରା ୧୨୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ।

author-image
Hemant Lenka
 Azam Khan

Azam Khan

ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନ୍‌ ୨୦୧୯ ମସିହା ହେଟସ୍ପିଚ୍‌ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ।

Advertisment

ଏହାପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଯାଇଥିଲା। ସେ ୨୦୧୯ ଲୋକସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ରାମପୁର ମିଲକ ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିଲା।

ଗତବର୍ଷ ଅକ୍ଟୋବର ମାସରେ ରାମପୁର କୋର୍ଟ ଆଜମ ଖାନଙ୍କୁ ଧାରା ୧୫୩ଏ, ୫୦୫ ଓ ୧୯୫୧ ଜନ ପ୍ରତିନିଧି ଆଇନର ଧାରା ୧୨୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଦଣ୍ଡାଦେଶ ବିରୋଧରେ ସେ MP/MLA କୋର୍ଟରେ ଆବେଦନ କରିଥିଲେ।

Advertisment

ସ୍ୱତନ୍ତ୍ର କୋର୍ଟ ଏହା ଶୁଣାଣି କରି ଆଜମ ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେ ଆଜି ଆଶ୍ୱସ୍ତି ପାଇଥିଲେ ମଧ୍ୟ ବିଧାନସଭା ସଭ୍ୟ ପଦ ଫେରିପାଇବେ ନାହିଁ। କାରଣ ଅନ୍ୟ ଏକ ମାମଲାରେ କିଛି ମାସ ତଳେ ମୋରଦାବାଦର ଗୋଟିଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। 

ବର୍ତ୍ତମାନ ସୁଦ୍ଧା ଆଜମ ଖାନଙ୍କ ବିରୋଧରେ ୮୭ଟି ମାମଲା ରହିଛି। ୨୦୧୭ରେ ବିଜେପି ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିଥିଲା। ଏହାପରେ ତାଙ୍କ ନାଁରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ କରାଯାଇଥିଲା।

Uttar Pradesh Samajwadi Party Azam Kha