Advertisment

ଆଜାମ ଖାନଙ୍କୁ ପୁଣି ୭ ବର୍ଷ ଜେଲ୍‌

ଆଜାମ ଖାନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟମାନଙ୍କ ନାଁରେ ନିୟମ ନ ମାନି ଘରେ ପଶିବା, ମାଡ଼ ମାରିବା, ଧମକାଇବା ଓ ଲୁଟପାଟ ଭଳି ମାମଲା ହୋଇଥିଲା।

Azam Khan

Azam Khan

Advertisment

ଜେଲରେ ଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ପୁଣି ଝଟକା। ୨୦୧୬ ମସିହା ଡୁଙ୍ଗାରପୁର ମାମଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ତାଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଆଜାମ ଖାନଙ୍କ ବ୍ୟତୀତ ଏହି ମାମଲାରେ ଆଉ ୩ ଜଣଙ୍କୁ ୫ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଛି। ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ବିଚାରପତି ବିଜୟ କୁମାର ଏପରି ରାୟ ଶୁଣାଇଛନ୍ତି। ଆଜାମ ଖାନ, ଡୁଙ୍ଗାରପୁରର ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଆଝାର ଅହମଦ ଖାନ, ଅବସରପ୍ରାପ୍ତ ସର୍କଲ ଅଫିସର ଆଲେ ହାସନ ଓ କଣ୍ଟ୍ରାକ୍ଟର ବରକତ ଅଲୀ ଜେଲଦଣ୍ଡ ପାଇଛନ୍ତି।

Advertisment

୨୦୧୬ରେ ଡୁଙ୍ଗାରପୁରରେ ଥିବା ଗୋଟିଏ ଘରକୁ ବଳ ପୂର୍ବରୁ ଆଜାମ ଖାନ ଆଣ୍ଡ କୋ ଭାଙ୍ଗି ଦେବା ସହ ଲୁଟ ପାଟ କରିଥିବା ଅଭିଯୋଗ ହୋଇଥିଲା। ୨୦୧୯ରେ ଉତ୍ତର ପ୍ରଦେଶର ବିଜେପି ସରକାର ୨୦୧୬ରେ ଘଟିଥିବା ଘଟଣା ପାଇଁ ମାମଲା କରିଥିଲେ।

ଆଜାମ ଖାନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟମାନଙ୍କ ନାଁରେ ନିୟମ ନ ମାନି ଘରେ ପଶିବା, ମାଡ଼ ମାରିବା, ଧମକାଇବା ଓ ଲୁଟପାଟ ଭଳି ମାମଲା ହୋଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସପାର ପୂର୍ବତନ ରାଜ୍ୟ ସମ୍ପାଦକ ଓମେନ୍ଦ୍ର ସିଂହ ଚୌହାନ, ଜିବରାନ ନସିର ଓ ଫରମନ ନସିରଙ୍କ ନାଁ ମଧ୍ୟ ଏଥିରେ ରହିଥିଲା। କିନ୍ତୁ ପ୍ରମାଣ ଅଭାବରୁ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ବର୍ତ୍ତମାନ ଆଜାମ ଖାନ ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଲେଣି। ତେଣୁ ସେ ଦୀର୍ଘ ଦିନ ହେଲା ସୀତାପୁର ଜେଲରେ ରହିଛନ୍ତି। ଏହାପୂର୍ବରୁ ପୁଅର ନକଲି ଜନ୍ମ ପ୍ରମାଣପତ୍ର ଦାଖଲ କରିବା ଘଟଣାରେ ଆଜମ ଖାନଙ୍କୁ ୭ ବର୍ଷ ଜେଲଦଣ୍ଡ ମିଳିଥିଲା। ତାଙ୍କ ପୁଅ ଅବଦୁଲ୍ଲା ଓ ପତ୍ନୀ ତାଜିମ ଫତିମାଙ୍କୁ ମଧ୍ୟ ସମାନ ମାମଲାରେ ୭ ବର୍ଷ ଯାଏ ଜେଲଦଣ୍ଡ ମିଳିଥିଲା। ଅବଦୁଲ୍ଲା ଓ ଫତିମା ଏବେ ଜାମିନରେ ମୁକୁଳିଛନ୍ତି।

Samajwadi Party Azam Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe