Advertisment

ସରକାରୀ କର୍ମଚାରୀଙ୍କୁ ମାଡ଼ ଘଟଣା: ଆଜମ ଖାନ ଓ ତାଙ୍କ ପୁଅଙ୍କୁ ୨ ବର୍ଷ ଜେଲ୍‌

ପୂରା ଘଟଣା ମୋରାଦାବାଦର ଛାଜଲେଟ ଅଞ୍ଚଳରେ ଘଟିଥିଲା। ସେତେବେଳେ ବିଏସ୍‌ପି ସରକାର ରାଜ୍ୟରେ ଥିଲା।

azam Khan

azam Khan

Advertisment

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କୁ ମିଳିଛି ଜେଲ ଦଣ୍ଡ। ୨୦୦୮ ମସିହାରେ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଉଭୟ ବାପା-ପୁଅ ମାଡ଼ ମାରିଥିଲେ। ଏହି ଘଟଣାର ଶୁଣାଣି କରି ସ୍ୱତନ୍ତ୍ର ଏମସି/ଏମଏଲଏ କୋର୍ଟ ଆଜାମ ଖାନ ଓ ତାଙ୍କ ପୁଅଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଉତ୍ତର ପ୍ରଦେଶର ମୋରଦାବାଦ ଆଡିସିନାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସିଜେଏମ) ସ୍ମିତା ଗୋସ୍ୱାମୀ ଏପରି ରାୟ ଶୁଣାଇଛନ୍ତି।

Advertisment

ପୂରା ଘଟଣା ମୋରାଦାବାଦର ଛାଜଲେଟ ଅଞ୍ଚଳରେ ଘଟିଥିଲା। ସେତେବେଳେ ବିଏସ୍‌ପି ସରକାର ରାଜ୍ୟରେ ଥିଲା। ଆଜମ ଖାନଙ୍କ ଗାଡ଼ିକୁ ରୁଟିନ ଚେକିଂ ପାଇଁ ପୁଲିସ୍‌ ଅଟକାଇଥିଲା। ବାସ୍‌ ଏହାକୁ ବିରୋଧ କରି ଆଜମ ଖାନ, ତାଙ୍କ ପୁଅ ଓ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଜାତୀୟ ରାଜପଥକୁ ବନ୍ଦ ମଧ୍ୟ କରିଦେଇଥିଲେ। ଏହି ସମୟରେ ବାପ-ପୁଅ ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

ଏହି ଘଟଣାରେ ମୋଟ ୯ ଜଣଙ୍କ ନାଁରେ ମାମଲା ହୋଇଥିଲା। ଆଇପିସିର ଧାରା ୩୫୩, ୩୪୧ ସମେତ କ୍ରିମିନାଲ ଆମେଣ୍ଡମେଣ୍ଟ ଆକ୍ଟ ୧୯୩୨ର ଧାରା ୭ ଅନୁଯାୟୀ ସମସ୍ତଙ୍କ ନାଁରେ ପୁଲିସ୍‌ ମାମଲା କରିଥିଲା।

Advertisment

ସରକାରୀ ଓକିଲ ମୋହନଲାଲ ବିଷ୍ଣୋଇ କହିଛନ୍ତି, “ଚାର୍ଜଶିଟରେ ମୋଟ ୯ ଜଣଙ୍କ ନାଁ ରହିଥିଲା। ଏହି ୯ ଜଣଙ୍କ ମଧ୍ୟରୁ ଆଜମ ଖାନ ଓ ଅବଦୁଲ୍ଲାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଆଇପିସିର ଧାରା ୩୫୩, ୩୪୧ ସମେତ ସମେତ କ୍ରିମିନାଲ ଆମେଣ୍ଡମେଣ୍ଟ ଆକ୍ଟ ୧୯୩୨ର ଧାରା ୭ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଛି।

ସେମାନଙ୍କୁ ୨ ବର୍ଷ ଲେଖାଏ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଲେଖାଏ ଜୋରିମାନା ଦେବାକୁ କୁହାଯାଇଛି। ଉଭୟ ଆଜମ ଖାନ ଓ ଅବଦୁଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ସିଆରପିସିର ଧାରା ୪୩୭ ଅନୁଯାୟୀ ଉଭୟଙ୍କୁ ଜାମିନ ମିଳିଛି।”

Samajwadi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe