Advertisment

ଏୟାରପୋର୍ଟରୁ ମିଳିଲା ୩ କେଜି ସୁନା, ଦାମ ଦେଢ଼ କୋଟି

ଅଲୀୟେଭ କହିଛନ୍ତି ଯେ ତାଙ୍କୁ ଦୁବାଇରେ ଜଣେ ଅଜଣା ବ୍ୟକ୍ତି ଭେଟିବା ସହ ସୁନା ଭାରତରେ ପହଞ୍ଚାଇବାକୁ କହିଥିଲେ। ଏହା ବଦଳରେ ତାଙ୍କୁ ବିପୁଳ ପରିମାଣର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଟଙ୍କା ଲୋଭରେ ସେ ସୁନା ଭାରତକୁ ଆଣିଥିବା କହିଛନ୍ତି।

undefined

Gold bar

Advertisment

ଆଜେରବୈଜାନର ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଠାରୁ ଠାବ ହୋଇଛି ୩ କେଜି ସୁନା। ସେ ମୁମ୍ବାଇ ଏୟାରପୋର୍ଟରେ ସୁନା ଚୋରାଚାଲାଣ ପାଇଁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ଜବତ ସୁନାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ବିଦେଶୀ ନାଗରିକ ଜଣଙ୍କ ସୁନା ଚୋରାଚାଲାଣ କରୁଥିବା ସୂଚନା ପ୍ରଥମେ ଏୟାର ଇଣ୍ଟଲଜେନ୍ସେ ୟୁନିଟକୁ ମିଳିଥିଲା। ଏହାପରେ ମୁମ୍ବାଇ ଏୟାରପୋର୍ଟରେ ଥିବା ଆଜେରବୈଜାନର ନାଗରିକ ମାହିର ଅଲୀୟେଭଙ୍କୁ ଯାଞ୍ଚ କରାଯାଇଥିଲା। ସେ ଦୁବାଇରୁ ମୁମ୍ବାଇ ଆସିଥିଲେ। ସର୍ଚ୍ଚ ଅପରେସନ ବେଳେ ତାଙ୍କ ପାଖରୁ ୨୪ କ୍ୟାରେଟର ୩ ଖଣ୍ଡ ଅଶୋଧିତ ଗୋଲ୍ଡ ବ୍ଲାକ ରୋହିଡମ ଠାବ ହୋଇଥିଲା। ଗୋଟିଏ ବ୍ଲାକ ରୋହିଡମ ଉପରେ ସୁନାର ଆସ୍ତରଣ ଦିଆଯାଇଥିଲା।

ସେହିପରି ଅନ୍ୟ ୨ ଖଣ୍ଡ ସୁନାର ତାର ଭାବେ ରଖାଯାଇଥିଲା। ବ୍ୟକ୍ତି ଜଣଙ୍କ ବେଶ ଚତୁରତାର ଉକ୍ତ ସୁନାକୁ ନିଜ ଅଣ୍ଡରୱେର ଓ ଟ୍ରଲୀ ବ୍ୟାଗରେ ସ୍ୱତନ୍ତ୍ର  ଭାବେ ଖଞ୍ଜି ରଖିଥିଲେ। ସୁନା ଜବତ କରାଯିବା ସହ ଅଲୀୟେଭଙ୍କୁ ଜେରା ପାଇଁ ସ୍ୱତନ୍ତ୍ର ସ୍ଥାନକୁ ନିଆଯାଇଥିଲା। ସେ ଇଂରାଜୀ କିମ୍ବା ହିନ୍ଦୀ ବୁଝୁ ନଥିବାରୁ ତାଙ୍କ ସହ କଥା ହେବାକୁ ଅଧିକାରୀମାନେ ଜଣେ ଟ୍ରାନ୍ସଲେଟରଙ୍କୁ ଡାକିଥିଲେ। ଟ୍ରାନ୍ସଲେଟର ଆସିବା ପରେ ତାଙ୍କୁ ଜେରା କରାଯାଇଥିଲା।

Advertisment

ଜେରା ବେଳେ ଅଲୀୟେଭ କହିଛନ୍ତି ଯେ ତାଙ୍କୁ ଦୁବାଇରେ ଜଣେ ଅଜଣା ବ୍ୟକ୍ତି ଭେଟିବା ସହ ସୁନା ଭାରତରେ ପହଞ୍ଚାଇବାକୁ କହିଥିଲେ। ଏହା ବଦଳରେ ତାଙ୍କୁ ବିପୁଳ ପରିମାଣର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଟଙ୍କା ଲୋଭରେ ସେ ସୁନା ଭାରତକୁ ଆଣିଥିବା କହିଛନ୍ତି।

ଏହାପୂର୍ବରୁ ଦୁବାଇରୁ ମୁମ୍ବାଇ ଆସିଥିବା ୨ ଜଣ ଯାତ୍ରୀଙ୍କ ଠାରୁ ୮.୨ କେଜିର ସୁନା ଜବତ ହୋଇଥିଲା। ଏହାର ମୂଲ୍ୟ ୪.୫ କୋଟି ଟଙ୍କା ଥିଲା।

Gold Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe