Advertisment

ହାଜର ପୂର୍ବରୁ କ୍ଷମା ପ୍ରାର୍ଥନା କଲେ ବାବା ରାମଦେବ, କହିଲେ - ଆଉ ହେବନି ଏପରି ଭୁଲ୍‌

‘ଆମେ ନିସର୍ତ୍ତ କ୍ଷମା ମାଗୁଛୁ । ଏପରି ଭୁଲର ପୁନରାବୃତ୍ତି ଭବିଷ୍ୟତରେ କେବେ ବି ହେବନି। କୋର୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ପାଳନ କରିବୁ ।’

Baba Ramdev

Baba Ramdev

Advertisment

‘ଆମେ ନିସର୍ତ୍ତ କ୍ଷମା ମାଗୁଛୁ । ଏପରି ଭୁଲର ପୁନରାବୃତ୍ତି ଭବିଷ୍ୟତରେ କେବେ ବି ହେବନି। କୋର୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ପାଳନ କରିବୁ ।’ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଦାବି କରୁଛି ଏବଂ ଏହା ବିଭ୍ରାନ୍ତିକର ବୋଲି ଭାରତୀୟ ମେଡିକାଲ୍ ଆସୋସିଏସନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି ଅଭିଯୋଗ କରିଥିଲା। ଏହି ମାମଲାର ଶୁଣାଣି ନିମନ୍ତେ ଆଜି ଉଭୟ ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ହାଜର ହେବାକୁ କୁହାଯାଇଛି। ଏହାପୂର୍ବରୁ ସେମାନେ କୋର୍ଟଙ୍କ ନିକଟରେ ନିସର୍ତ୍ତ କ୍ଷମାପ୍ରାର୍ଥନା କରି ସାରିଛନ୍ତି।

Advertisment

ଏଥିନିମନ୍ତେ ଉଭୟ କୋର୍ଟରେ ପୃଥକ ପୃଥକ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦଲିଲ ଦାଖଲ କରିଛନ୍ତି। ଏଥିସହ ଆଜି ଉଭୟ କୋର୍ଟରେ ହାଜର ହେବେ ବୋଲି ଜଣାଯାଇଛି।

ଉଭୟ ରାମଦେବ ଓ ବାଳକୃଷ୍ଣ କହିଛନ୍ତି, ଏବେ ଆଉ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ସାର୍ବଜନିକ ବୟାନ ଦିଆଯିବନି। ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ । ଭବିଷ୍ୟତରେ ଏପରି ବିଜ୍ଞାପନର ପ୍ରଚାର କରାଯିବନି। ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ନିୟମ ଉଲ୍ଲଘଂନ କରିଥିବାରୁ ଖୁବ୍‌ ଦୁଃଖିତ ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ।

Advertisment

ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ କୋର୍ଟରେ ହାଜର ହେବାକୁ ଉଭୟ ବାବା ରାମଦେବ ଓ ବାଳକୃଷ୍ଣଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ସୁପ୍ରିମକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ ଜାରି କରି କୋର୍ଟକୁ ଡାକିଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ତିନି ସପ୍ତାହ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କଠାରୁ କୋର୍ଟ ଉତ୍ତର ମାଗିଥିଲେ। ଏହା ବ୍ୟତୀତ ସୁପ୍ରିମକୋର୍ଟ ପତଞ୍ଜଳିର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲେ । 

ଗତ ୨ ତାରିଖରେ ସୁପ୍ରିମ କୋର୍ଟ ଉଭୟଙ୍କୁ କଡ଼ା ବାଣୀ ଶୁଣାଇ ନିଜ ସ୍ପଷ୍ଟିକରଣ ରଖିବାକୁ ଅନ୍ତିମ ଅବସର ଦିଅଯାଉଥିବା ଚେତାବନୀ ଦେଇଥିଲେ। ଏଥିରେ କୁହାଯାଇଥିଲା ପୂର୍ବରୁ ଦାଖଲ ହୋଇଥିବା କ୍ଷମା ପ୍ରାର୍ଥନା ଦଲିଲ କେବଳ ଦେଖାଇବା ପାଇଁ ଥିବା ବେଳେ ଏହା ସମ୍ପୂର୍ଣ୍ଣ ବି ହୋଇନି। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ୱେ ପତଞ୍ଜଳି ପକ୍ଷରୁ କିପରି ପୁନର୍ବାର ବିଜ୍ଞାପନର ପ୍ରଚାର କରାଯାଉଛି ବୋଲି ବି ବିଚାରପତି ପ୍ରଶ୍ନ କରିଥିଲେ। ଅଦାଲତଙ୍କ ଆଦେଶକୁ ଟିକିନିଖି ପାଳନ କରିବାକୁ ବି ପତଞ୍ଜଳିକୁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରକୃତରେ ପତଞ୍ଜଳି ଆର୍ୟୁବେଦ ସୁପ୍ରିମକୋର୍ଟଙ୍କୁ ଏକ ଅଣ୍ଡରଟେକିଂ ଲେଖିକି ଦେବା ସତ୍ତ୍ୱେ ବିଜ୍ଞାପନ ପ୍ରକାଶିତ କରିଥିଲା। ଏଭଳି ପରିସ୍ଥିତିରେ ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଉଲ୍ଲାଙ୍କ ବେଞ୍ଚ ଅସନ୍ତୋଷ ବ୍ୟକ୍ତ କରି ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କଠାରୁ ଜବାବ ମାଗିଥିଲେ। କିନ୍ତୁ ଯେତେବେଳେ କୌଣସି ଉତ୍ତର ମିଳିନଥିଲା, ସେତେବେଳେ କୋର୍ଟ ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି ହୋଇଥିଲା। 

Supreme Court Baba Ramdev Patanjali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe