Advertisment

ପୁଣି ଅଡୁଆରେ ରାମଦେବ, ନୋଟିସ୍‌ ପଠାଇଲେ କୋର୍ଟ

କୋର୍ଟ ଉଭୟ ରାମଦେବ ଓ ବାଳକୃଷ୍ଣଙ୍କୁ ଜୁନ୍ ୩ରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି।

Balakrushna and Ramdev

Balakrushna and Ramdev

Advertisment

ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକୃଷ୍ଣ। ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏବେ ଅନ୍ୟ ଏକ କୋର୍ଟ ଉଭୟଙ୍କୁ ଜୁନ୍ ୩ରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲା ଇଂରାଜୀ ଏବଂ ମାଲାୟାଲମ୍ ଖବରକାଗଜରେ ବିଭ୍ରାନ୍ତିକର ବିଜ୍ଞାପନ ସହ ଜଡିତ। ଏହି ମାମଲାରେ ଉଭୟଙ୍କୁ କୋଝିକୋଡି ସ୍ଥିତ ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବାକୁ କୁହାଯାଇଛି।

Advertisment

ଚଳିତ ବର୍ଷ ଏପ୍ରିଲ ମାସରେ, ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର ଅଫିସରେ ଭାବେ ପୋଷ୍ଟ ହୋଇଥିବା ଡ୍ରଗ୍ସ ଇନ୍ସପେକ୍ଟର କୋଝିକୋଡି କୋର୍ଟର ଧାରା ୧୦, ଧାରା ୩ (ବି) ଏବଂ ୩ (ଡି), ୩(ଏ) ଅନୁଯାୟୀ ଅଭିଯୋଗ କରିଥିଲେ। ଡ୍ରଗ୍ ଏବଂ ମ୍ୟାଜିକ୍ ପ୍ରତିକାର (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ ଅଧୀନରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ସେହିପରି ନିକଟରେ ହାଜର ନହେବା ଯୋଗୁ ରାମଦେବ ଏବଂ ବାଲକୃଷ୍ଣଙ୍କୁ ହରିଦ୍ୱାର କୋର୍ଟ ସମନ ଜାରି କରିଥିଲେ।

କହିରଖୁ ଯେ, ବିଜ୍ଞାପନ ମାଧ୍ୟମରେ ପତଞ୍ଜଳିର ଅନ୍ୟତମ ଉତ୍ପାଦ ଦିବ୍ୟା ଲିପିଡୋମ କୋଲେଷ୍ଟ୍ରଲ ଏବଂ ଡିସଲିପିଡେମିଆ ହ୍ରାସ କରିବାକୁ ଦାବି କରିଥିଲା। ଏଥି ସହିତ ପତଞ୍ଜଳି ନ୍ୟୁଟ୍ରେଲା ଡାଇବେଟିସ୍ କେୟାର ରକ୍ତରେ ଶର୍କରା ସ୍ତର ହ୍ରାସ କରିବାକୁ ଏବଂ ଶରୀରର ଓଜନକୁ ନିୟନ୍ତ୍ରଣ କରିବାକୁ ଦାବି କରିଥିଲା। ଏହି ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ବିବାଦ ଉପୁଜି ଥିଲା।

Advertisment

ଏହି ବିଜ୍ଞାପନକୁ ନେଇ ପୂର୍ବରୁ ଥିରୁବନ୍ତପୁରମ୍, କୋଲାମ, ଏର୍ନାକୁଲମ୍, ତ୍ରିସୁର, କନ୍ନୁର ଏବଂ କୋଝିକୋଡିରେ ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟ ପତଞ୍ଜଳି ବିରୋଧରେ ୨୯ଟି ମାମଲା ରୁଜୁ କରିଥିଲା। ଦିବ୍ୟ ଫାର୍ମାସି ବିରୋଧରେ ପ୍ରଥମ ଅଭିଯୋଗ କୁନ୍ନୁର ଭିତ୍ତିକ ଚକ୍ଷୁ ବିଶେଷଜ୍ଞ କେ.ଭି. ବାବୁଙ୍କ ଦ୍ୱାରା ୨୨ ଫେବୃଆରୀ ୨୦୨୨ ରେ ରୁଜୁ କରାଯାଇଥିଲା। ପରେ ରାଜ୍ୟ ଔଷଧ ନିୟନ୍ତ୍ରଣ ବିଭାଗ ଏହି ଘଟଣାର ଯାଞ୍ଚ କରିଥିଲା। ଏଥିରେ ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ଜରିଆରେ ନିୟମ ଉଲ୍ଲଂଘନ କରିଥିବା କଥା ସାମ୍ନାକୁ ଆସିଥିଲା।

Baba Ramdev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe