Advertisment

ଅଜିତ ପାୱାରଙ୍କ ଏନ୍‌ସିପିରେ ମିଶିଲେ ବାବା ସିଦ୍ଦିକି

୪୮ ବର୍ଷ ଧରି କଂଗ୍ରେସରେ ରହିବା ପରେ ଗତ ଗୁରୁବାର ସେ ଦଳରୁ ଇସ୍ତଫା ଦେଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Siddique

Siddique

ଦୁଇ ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଆଜି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

Advertisment

ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ସାମିଲ ହେବା ପାଇଁ ତାଙ୍କୁ ପ୍ରଫୁଲ ପଟେଲ କହିଥିଲେ ବୋଲି ବାବା ସିଦ୍ଦିକି କହିଛନ୍ତି। ସେ କହିଛନ୍ତି, ମୁଁ ପ୍ରଫୁଲ ପଟେଲ ଓ ସୁନୀଲ ଟଟ୍‌କରେଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ମୋତେ ସ୍ୱାଗତ କରିଥିଲେ। ପ୍ରଫୁଲ ପଟେଲଙ୍କ ସହଯୋଗରେ ମୁଁ ଅଜିତ ପାୱାରଙ୍କୁ ଭେଟି ଥିଲି। ତା’ପରେ ନିଷ୍ପତ୍ତି ହୋଇଥିଲା ଯେ ମୁଁ ୧୦ ତାରିଖରେ ଅର୍ଥାତ୍ ଆଜି ଏନ୍‌ସିପିରେ ସାମିଲ ହେବି।

୪୮ ବର୍ଷ ଧରି କଂଗ୍ରେସରେ ରହିବା ପରେ ଗତ ଗୁରୁବାର ସେ ଏହି ଦଳରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ଆଉ ଗୁରୁତ୍ୱ ନ ଦେବାରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। 

Advertisment

ବାବା ସିଦ୍ଦିକି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ମିଶିବା ଦଳ ପାଇଁ ବହୁ ଗୁରୁତ୍ୱ ବହନ କରୁଛି। କାରଣ ଦଳ ମୁମ୍ବାଇରେ ଏକ ମୁସଲିମ ଚେହେରା ଖୋଜୁଥିଲା। ପୂର୍ବତନ ମନ୍ତ୍ରୀ ନବାବ ମଲ୍ଲିକଙ୍କର ମୂଳ ଏନ୍‌ସିପି ବା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ସାମିଲ ହେବା ବାଟ ବନ୍ଦ ହୋଇଯାଇଛି। ବିଜେପିର ଏଥିପାଇଁ ସହମତି ନାହିଁ ବୋଲି କୁହାଯାଉଛି। ତେଣୁ ଦଳ ଏକ ମୁସଲିମ ଚେହେରା ଖୋଜୁଥିଲା ବୋଲି କୁହାଯାଉଛି। 

NCP Baba Siddique