Advertisment

ବାବା ସିଦ୍ଦିକି ହତ୍ୟା ଘଟଣା: ନାବାଳକ ନୁହେଁ ଅଭିଯୁକ୍ତ

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ୭ ଦିନିଆ ରିମାଣ୍ଡରେ ପଠାଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Baba Siddique Murder Accused

Baba Siddique Murder Accused

ବାବା ସିଦ୍ଦିକି ହତ୍ୟା ଘଟଣାରେ ତନାଘନା। ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ଜଣ ଫେରାର ଅଛନ୍ତି। ହରିୟାଣାର ଗୁରୁମେଲ ଏବଂ ୟୁପିର ଧର୍ମରାଜକୁ ଗିରଫ କରିଛି ପୁଲିସ। ସେହିପରି ପୁଲିସ ୨୮ ବର୍ଷୀୟ ପ୍ରବିଣ ଲୋନକର ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଗରିଫ କରିଛି। ଅନ୍ୟ ଅଭିଯୁକ୍ତ ଶିବାକୁ ଧରିବାକୁ ଖୋଳତାଡ଼ ଚାଲିଛି।

Advertisment

ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛି। ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଛି। ଯାହାର ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଯାଞ୍ଚ ରିପୋର୍ଟରେ ଧର୍ମରାଜ ସାବାଳକ ବୋଲି ସ୍ପଷ୍ଟ ହୋଇଛି। ସେ ନିଜକୁ ନାବାଳକ କହି କୋର୍ଟକୁ ଭୁଆଁ ବୁଲାଉଥିଲା। ଧର୍ମରାଜ ସାବାଳକ ଜଣାପଡ଼ିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୧ ଯାଏ ତାକୁ ମଧ୍ୟ ପୁଲିସ କଷ୍ଟଡିକୁ ତାକୁ ପଠାଇ ଦିଆଯାଇଛି।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ, ତିନି ଥରର ବିଧାୟକ ତଥା ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର ଗତକାଲି ବିଳମ୍ବିତ ସଂଧ୍ୟାରେ ସମ୍ପନ୍ନ ହୋଇଛି। ମୁମ୍ବାଇ ଲାଇନ୍ସର ବଡା କବରିସ୍ତାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସିଦ୍ଦିକିଙ୍କ ଶେଷ ସଂସ୍କାର କରାଯାଇଛି।

Advertisment

ଅନ୍ତେଷ୍ଟିରେ ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ ଏବଂ ଅଜିତ ପାୱାରଙ୍କ ଭଳି ବଡ଼ ବଡ଼ ନେତା ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ ଅଭିନେତା ସଲମାନ ଖାନ୍‌ ମଧ୍ୟ ଏହି ଅନ୍ତେଷ୍ଟିରେ ସାମିଲ ହୋଇଥିଲେ। ଏହାପୂର୍ବରୁ ବାହାରିଥିଲା ପାର୍ଥିବ ଶରୀରର ଶେଷ ଶୋଭାଯାତ୍ରା। ବାସଭବନରୁ ବଡା କବରିସ୍ତାନ ଯାଏଁ ସିଦ୍ଦିକିଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା।

ମୁମ୍ବାଇରେ ଏହା ଥିଲା ମୁସଲିମ ସମ୍ପ୍ରଦାୟଙ୍କ ସବୁଠୁ ବଡ଼ ଶୋଭାଯାତ୍ରା। ଶେଷ ଦର୍ଶନ ପାଇଁ ମୁମ୍ବାଇ ରାସ୍ତାରେ ଜମିଥିଲା ଅଂସଖ୍ୟ ଲୋକଙ୍କ ଭିଡ଼। ଏପରିକି ଲୋକେ ସିଦ୍ଦିକିଙ୍କ ଘର ବାହାରେ ନମାଜ ମଧ୍ୟ ପଢିଥିବା ଦେଖିବାକୁ ମିଳିଥିଲା।

Mumbai Police Mumbai Crime Baba Siddique Dead