Advertisment

ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛି ଲରେନ୍ସ ଗ୍ୟାଙ୍ଗ।

ଅଦ୍ୟତନ ହୋଇଛି
Lawrence Bishnoi Behind The Murder Of Baba Siddique

Lawrence Bishnoi Behind The Murder Of Baba Siddique

Advertisment

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ଗ୍ୟାଙ୍ଗ। ଏନେଇ ଖୋଦ୍‌ ସେ ସୋଶାଲ ମିଡିଆରେ ସୂଚନା ଦେଇଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଫେସ୍‌ବୁକ୍‌ରେ ଲରେନ୍ସ ଗ୍ୟାଙ୍ଗ ତରଫରୁ ଏକ ପୋଷ୍ଟ ସେୟାର ହୋଇଛି। ଏଥିରେ ଲେଖା ଅଛି, ସଲମାନ ଖାନଙ୍କ ସହ ଆମେ କୌଣସି ଯୁଦ୍ଧ ଚାହୁଁନଥିଲୁ। କିନ୍ତୁ ବାବାଙ୍କ ହତ୍ୟା ହେବାର କାରଣ ହେଉଛି ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ତାଙ୍କର ସମ୍ପର୍କ ଥିଲା।

ବିଷ୍ଣୋଇ ଗ୍ୟାଙ୍ଗ ଦାବି କରିଛି ଯେ, ଯିଏ ସଲମାନ ଖାନ୍‌ ଓ ଦାଉଦ ଗ୍ୟାଙ୍ଗର ସହାୟତା କରିବ, ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ବିଷ୍ଣୋଇ ଗ୍ୟାଙ୍ଗ ଚେତାବନୀ ଦେଇଛି ଯେ, 'ଯଦି କେହି ତାଙ୍କ 'ଭାଇ'ଙ୍କୁ କ୍ଷତି ପହଞ୍ଚାଇବ ତେବେ ତା'ର ସେମାନେ ନିଶ୍ଚିତ ରୂପେ ପ୍ରତିକ୍ରିୟା ଦେବେ। ଆମେ କେବେ ପ୍ରଥମେ ଆକ୍ରମଣ କରୁନୁ। ଜୟ ଶ୍ରୀ ରାମ, ଜୟ ଭାରତ।'

Advertisment

ବିଷ୍ଣୋଇ ଗ୍ୟାଙ୍ଗ ଦାବି କରିଛି ବାବା ସିଦ୍ଦିକି ଜଣେ ଭଦ୍ର ଲୋକ ହେବାର ନାଟକ କରୁଥିଲେ। ତାଙ୍କର ଭଦ୍ରତା କେବଳ ଏକ ଭ୍ରମ ଥିଲା। MCOCA ଅଧିନିୟମ ଅନୁଯାୟୀ ଦାଉଦ ଇବ୍ରାହିମଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ରହିଛି ବୋଲି ଗ୍ୟାଙ୍ଗ କହିଛି।

ବିଷ୍ଣୋଇ ଗ୍ୟାଙ୍ଗର ଏହି ବୟାନ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ପୁଲିସ ବର୍ତ୍ତମାନ ସୁଦ୍ଧା ବାବା ସିଦ୍ଦିକିଙ୍କ ହତ୍ୟାକାରୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଛି। ଆଉ ଜଣେ ଶୁଟର୍‌ ଫେରାର ଅଛି। ସେ ହିଁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ତାକୁ ଧରିବା ପାଇଁ ସର୍ଚ୍ଚ ଅଭିଯାନ ଜାରି ରହିଛି।

Mumbai Police Lawrence Bishnoi Gang Baba Siddique Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe