Advertisment

ଟାର୍ଗେଟ୍‌ରେ ବାବା ସିଦ୍ଦିକିଙ୍କ ପୁଅ, ଅଭିଯୁକ୍ତଙ୍କ ଫୋନ୍‌ରୁ ମିଳିଲା ଫଟୋ

ଗିରଫ ଅଭିଯୁକ୍ତଙ୍କ ମୋବାଇଲରୁ ପୁଅ ଜିସାନ ସିଦ୍ଦିକିର ଫଟୋ ମିଳିଛି।

Zeeshan Siddique

Zeeshan Siddique

Advertisment

ବାବା ସିଦ୍ଦିକିଙ୍କ ପରେ ଏବେ ଟାର୍ଗେଟ୍‌ରେ ଜିସାନ ସିଦ୍ଦିକି। ହିଟ୍‌ ଲିଷ୍ଟରେ ରହିଛି ତାଙ୍କର ନାଁ। ତାଙ୍କୁ ମଧ୍ୟ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ଏଭଳି କିଛି ନୂଆ ଖୁଲାସା ହୋଇଛି। ଗିରଫ ଅଭିଯୁକ୍ତଙ୍କ ମୋବାଇଲରୁ ପୁଅ ଜିସାନ ସିଦ୍ଦିକିର ଫଟୋ ମିଳିଛି।

Advertisment

ଏହି ଫଟୋକୁ ତାଙ୍କ ହ୍ୟାଣ୍ଡେଲର୍ ଦ୍ୱାରା ସ୍ନାପଚାଟ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ସେୟାର କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ସୁଟର ଏବଂ ଷଡଯନ୍ତ୍ରକାରୀମାନେ ମେସେଜ ଆଦାନ ପ୍ରଦାନ ପାଇଁ ସ୍ନାପଚାଟ ବ୍ୟବହାର କରିଥିଲେ। ମୁମ୍ବାଇ ପୁଲିସ ଏହି ସୂଚନା ଦେଇଛି।

ଲରେନ୍ସ ଗ୍ୟାଙ୍ଗର ହ୍ୟାଣ୍ଡେଲରଙ୍କଠାରୁ ସ୍ନାପଚାଟ ଜରିଆରେ ସୂଚନା ମିଳିବା ପରେ ଉକ୍ତ ମେସେଜକୁ ଡିଲିଟ୍‌ କରାଯାଇଥିଲା। ଏଥିସହିତ ଏହା ମଧ୍ୟ ପ୍ରକାଶ ପାଇଛି ଯେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ପ୍ରଥମେ ଅଭିଯୁକ୍ତ ୧ କୋଟି ଟଙ୍କା ମାଗିଥିଲେ। ଗିରଫ ଅଭିଯୁକ୍ତ ରାମ କାନୌଜିଆକୁ ପଚରାଉଚରା ବେଳେ ପୁଲିସ ଏହା ଜାଣିବାକୁ ପାଇଛି।

Advertisment

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଶୁକ୍ରବାର ଦିନ ଆଉ ୫ ଜଣଙ୍କୁ ଗିରଫ କରିଥିଲା। ସୂଚନାନୁସାରେ, ଗିରଫ ଅଭିଯୁକ୍ତ ରାମ କାନୌଜିଆ କହିଛି ଯେ ପ୍ରଥମେ ଶୁଭମ୍ ଲୋଙ୍କାର ତାଙ୍କୁ ଏବଂ ନିତିନ ସାପ୍ରେଙ୍କୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ। ରାମ କାନୌଜିଆ ମହାରାଷ୍ଟ୍ରର ବାସିନ୍ଦା, ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ କ’ଣ ହୋଇପାରେ ସେ ବିଷୟରେ ତାଙ୍କର ଧାରଣା ଥିଲା, ତେଣୁ ସେ ଏହି ସୁପାରି ନେବାକୁ ମନା କରିଥିଲା।

ପୁଲିସ ସୂତ୍ର ଅନୁଯାୟୀ, ରାମ କାନୌଜିଆ ଏହି ସୁପାରି ନେବାକୁ ଚାହୁଁନଥିଲେ, ସେଥିପାଇଁ ସେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ୧ କୋଟି ଟଙ୍କା ମାଗିଥିଲେ, ଯାହା ପରେ ଶୁଭମ୍ ଲୋଙ୍କାର ତାଙ୍କ ମତ ବଦଳାଇଥିଲେ। ଶୁଭମ୍ ଲୋଙ୍କାର ଜାଣିଥିଲେ ଯେ ଉତ୍ତରପ୍ରଦେଶର ଲୋକମାନେ ମହାରାଷ୍ଟ୍ରରେ ବାବା ସିଦ୍ଦିକିଙ୍କ କ'ଣ ଇମେଜ ରହିଛି ତାହା ଜାଣିପାରିବେ ନାହିଁ, ତେଣୁ ସେମାନେ କମ୍ ଟଙ୍କାରେ ତାଙ୍କୁ ହତ୍ୟା କରିବାକୁ ରାଜି ହେବେ।

ରାମ କନୌଜିଆ ପଛକୁ ହଟିବା ପରେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ଧର୍ମରାଜ କଶ୍ୟପ, ଗୁରନୈଲ ସିଂହ ଓ ଶିବକୁମାର ଗୌତମଙ୍କୁ ଶୁଭମ ସୁପାରି ଦେଇଥିବା ପୁଲିସ କହିଛି। ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍‌ ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି।

Mumbai Police Baba Siddique Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe