Advertisment

ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ବାବା ସିଦ୍ଦିକିଙ୍କ ପୁଅ!

ସିନିୟର ଓ ଜୁନିୟର ସିଦ୍ଦିକିଙ୍କୁ ଏକାଠି ଗୁଳି କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ କଣ୍ଟ୍ରାକ୍ଟ ଦେଇଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

author-image
Hemant Lenka
Baba

Baba

ମହାରାଷ୍ଟ୍ରର ଭେଟରାନ ରାଜନେତା ବାବା ସିଦ୍ଦିକିଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ପର୍କରେ ବଡ଼ ତଥ୍ୟ ମିଳିଛି। ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ରହିଛନ୍ତି।

Advertisment

ସିନିୟର ଓ ଜୁନିୟର ସିଦ୍ଦିକିଙ୍କୁ ଏକାଠି ଗୁଳି କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ କଣ୍ଟ୍ରାକ୍ଟ ଦେଇଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗ୍ୟାଙ୍ଗର ପକ୍ଷରୁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ବେଳେ ଆଗକୁ ଜିଶାନ ମଧ୍ୟ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ଘଟଣାରେ ଗିରଫ ଶୁଟରମାନେ କହିଛନ୍ତି ଯେ ସେମାନଙ୍କୁ ବାବା ସିଦ୍ଦିକି ଓ ପୁଅ ଜିଶାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ ମିଳିଥିଲା। ଶନିବାର ସନ୍ଧ୍ୟାରେ ଉଭୟ ସିଦ୍ଦିକି ବାପ-ପୁଅ ଘଟଣାସ୍ଥଳରେ ଉପସ୍ଥିତି ରହିବେ ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା। କିନ୍ତୁ ଉଭୟ ବାପା-ପୁଅଙ୍କୁ ଏକାଠି ହତ୍ୟା କରିବାର ସୁଯୋଗ ଯଦି ସେମାନଙ୍କୁ ନ ମିଳିବ, ତା’ହେଲେ ଦୁଇ ଜଣଙ୍କ ମଧ୍ୟରୁ ଯାହାଙ୍କୁ ଆଗ ପାଇବେ ତାଙ୍କୁ ଗୁଳି କରି ହତ୍ୟା କରିଦେବାକୁ ମଧ୍ୟ ଦୁଇ ଶୁଟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ଜିଶାନ ସିଦ୍ଦିକି ବାନ୍ଦ୍ରା ଇଷ୍ଟ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିଲେ। ତେବେ ବିଧାନ ପରିଷଦ ନିର୍ବାଚନରେ ସେ କ୍ରସ ଭୋଟିଂ କରିବାରୁ ତାଙ୍କୁ ଦଳରୁ କିଛି ମାସ ତଳେ ବହିଷ୍କାର କରାଯାଇଥିଲା। ତାଙ୍କୁ ଏବେ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା କରିବାକୁ ଯୋଜନା ରଖିଛି।

ଶନିବାର ବାବା ସିଦ୍ଦିକିଙ୍କୁ ବାନ୍ଦ୍ରା ସ୍ଥିତ ଜିଶାନଙ୍କ ଅଫିସ ବାହାରେ ୩ ଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ। ହତ୍ୟା ପୂର୍ବରୁ ସେମାନେ ଅଫିସ ବାହାରେ ମୁତୟନ କନଷ୍ଟେବଲଙ୍କ ଉପରକୁ ଲଙ୍କା ଗୁଣ୍ଡ ମଧ୍ୟ ପକାଇଥିଲେ।

ଘଟଣାରେ ପୁଲିସ ଗୁରମୈଲ ବଲଜିତ ସିଂହ ଓ ଧର୍ମରାଜ ରାଜେଶ କଶ୍ୟଙ୍କୁ ଗିରଫ କରିଛି। ତେବେ ଘଟଣାରେ ସାମିଲ ଥିବେ ଶିବ କୁମାର ଗୌତମ ଫେରାର ହୋଇ ଯାଇଛି। ତାକୁ ଧରିବା ପାଇଁ ଏକାଧିକ ଟିମ ଲାଗିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ ଗତକାଲି ସନ୍ଧ୍ୟାରେ ଆଉ ଜଣଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ଜଣଙ୍କ ଫେସବୁକରେ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପାଇଁ ସେ ନିଜକୁ ଦାୟୀ କରି ଗୋଟିଏ ପୋଷ୍ଟ କରିଥିଲା। ଗିରଫ ବ୍ୟକ୍ତି ଜଣଙ୍କ ହେଲା ପ୍ରବୀଣ ଲୋନକର। ପ୍ରବୀଶ ହେଉଛି ବିଷ୍ଣୋଇ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଶୁଭମ ରାମେଶ୍ୱର ଲୋନକରର ଭାଇ। 

Baba Siddique Baba Siddique Dead Baba Siddiqui