Advertisment

ବାବା ସିଦ୍ଦିକି ହତ୍ୟା ମାମଲା: ଆଉ ତିନି ଜଣଙ୍କୁ ଉଠାଇଲା ପୁଲିସ

ଅକ୍ଟୋବର ୧୨ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ତାଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା।

Baba Siddique

Baba Siddique

Advertisment

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଦିନକୁ ଦିନ ଗିରଫଦାରୀ ସଂଖ୍ୟା ବଢ଼ି ଚାଲଇଛି। ଏହି ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦାୟୀ କରିଛି। ଏହି ମାମଲାରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଆଉ ତିନି ଜଣଙ୍କୁ ବାନ୍ଧିଛି।

Advertisment

ବୁଧବାର ସନ୍ଧ୍ୟାରେ ମୁମ୍ବାଇ ପୁଲିସ ପୁଣେରୁ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜେନ୍ଦ୍ର ମୋହୋଲ (୨୨), କରଣ ରାହୁଲ ସାଲଭେ (୧୯) ଏବଂ ଶିବମ ଅରବିନ୍ଦ କୋହାଡ (୨୦)। ଏମାନେ ସମସ୍ତେ ପୁଣେର ବାସିନ୍ଦା। ଏମାନଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏହି ଗିରଫଦାରୀକୁ ମିଶାଇ ବାବା ସିଦ୍ଦିକି ହତ୍ୟାମାମଲରେ ମୋଟ ୧୪ ଜଣଙ୍କୁ ପୁଲିସ ଗିରଫ କରିସାରିଲାଣି।

ଅକ୍ଟୋବର ୧୨ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସିଦ୍ଦିକିଙ୍କୁ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଗୁଳି ମାଡ଼ କରି ହତ୍ୟା କରାଯାଇଥିଲା। ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା? ଅନୁସନ୍ଧାନକାରୀମାନେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ସେମାନେ ଭିନ୍ନ ଭିନ୍ନ ଏଙ୍ଗେଲକୁ ନେଇ ମାମଲାର ଯାଞ୍ଚ କରୁଛନ୍ତି।

Advertisment

ପୁଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସନ୍ଦିଗ୍ଧ ଶୁଟର୍‌ ଧର୍ମରାଜ କଶ୍ୟପ ଓ ଗୁରମେଲ ସିଂହ ସମେତ ୧୧ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଶୁଟର୍‌ ଶିବକୁମାର ଗୌତମ ଓ ଦୁଇ ଜଣ ଷଡ଼ଯନ୍ତ୍ରକାରୀ ଏବେ ବି ଫେରାର ଅଛନ୍ତି।

ସମ୍ବେଦନଶୀଳ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଥାଣେରେ ସୁପାରୀ ନେଇ ହତ୍ୟା କରୁଥିବା ପାଞ୍ଚ ଜଣିଆ ଏକ ଗୋଷ୍ଠୀକୁ ପ୍ରଥମେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ଠିକା ଦିଆଯାଇଥିଲା। ତେବେ ଏଥିପାଇଁ ସେମାନେ ୫୦ ଲକ୍ଷ ଟଙ୍କା ମାଗିଥିଲେ। ତେବେ ଏତେ ଟଙ୍କା ଦେବାକୁ ନେଇ ଡିଲ୍‌ ଫାଇନାଲ ହୋଇନଥିଲା। ପରେ ଏହି ଟିମ୍‌ ପଛକୁ ହଟି ଯାଇଥିଲା।

Mumbai Police Baba Siddique Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe