Advertisment

ବୁଲୁଥିଲା ୱାଶିଂମେଶିନ, ଭିତରେ ଛଟପଟ ହେଉଥିଲା ଦେଢ ବର୍ଷର ଶିଶୁ

ମେଡିକାଲ ଟିମ୍‌ଙ୍କ ଶତଚେଷ୍ଟା ପରେ ପ୍ରାୟ ୭ ଦିନ କୋମାରେ ରହି ପିଲାଟି ପୁଣି ଥରେ ଉଠି ବସିଲା। ପିଲାକୁ ଫେରି ପାଇ ବାପାମା’ଙ୍କ ପାଦ ଖୁସିରେ ତଳେ ଲାଗୁନି ।

Baby Boy

Baby Boy

Advertisment

ଖେଳୁ ଖେଳୁ ୱାଶିଂ ମେଶିନ ଭିତରେ ପଡ଼ିଗଲା କଅଁଳା ଶିଶୁ। ୱାଶିଂ ମେଶିନ ଫୁଲ୍‌ ସ୍ପିଡରେ ଚାଲୁଥିବା ବେଳେ ତା’ ଭିତରେ ଛଟପଟ ହେଉଥିଲା କଅଁଳା ଶିଶୁ । ହେଲେ ପରିବାର ଲୋକେ ଏହାର ଟେର ବି ପାଇପାରିଲେନି । ପ୍ରାୟ ୧୫ ମିନିଟ୍‌ କାଳ ପିଲାଟି ୱାଶିଂ ମେଶିନ ଭିତରେ ବୁଲି ଛଟପଟ ହେବା ପରେ ପରିବାର ଲୋକେ ତାକୁ ଉଦ୍ଧାର କଲେ। ହେଲେ ସେତେବେଳକୁ ପିଲାଟିର ଚେତା ନ ଥିବା ବେଳେ ସେ ପୁଣି ଥରେ ବଞ୍ଚି ଉଠିବ ବୋଲି ପରିବାର ଲୋକେ ଆଶା ହରାଇ ଦେଇଥିଲେ।

Advertisment

ମାତ୍ର ମେଡିକାଲ ଟିମ୍‌ଙ୍କ ଶତଚେଷ୍ଟା ପରେ ପ୍ରାୟ ୭ ଦିନ କୋମାରେ ରହି ପିଲାଟି ପୁଣି ଥରେ ଉଠି ବସିଲା। ପିଲାକୁ ଫେରି ପାଇ ବାପାମା’ଙ୍କ ପାଦ ଖୁସିରେ ତଳେ ଲାଗୁନି । ଏପରି ଏକ ଅଭାବନୀୟ ଘଟଣା ଦିଲ୍ଲୀରେ ଘଟିଛି ।

ଶିଶୁଟିର ମା’ଙ୍କ କହିବାନୁଯାୟୀ, ମୁଁ କିଛି କାମ ପାଇଁ ବାହାରକୁ ଯାଇଥିଲି। ସେତେବେଳେ ୱାଶିଂ ମେସିନ ଚାଲୁଥିବା ବେଳେ ତାହାର ଢାଙ୍କୁଣୀ ଖୋଲା ଥିଲା| ପିଲାଟି ପାଖରେ ପଡ଼ିଥିବା ଏକ ଚେୟାର ସାହାଯ୍ୟରେ ଠିଆ ହୋଇଥିଲା। ଏହାପରେ ଭାରସାମ୍ୟ ହରାଇ ୱାଶିଂ ମେସିନ ଭିତରେ ପଡ଼ି ଯାଇଥିଲା। ଏହାପରେ ମୁଁ ବାହାରୁ ଫେରି ପୁଅକୁ ନ ପାଇ ୱାଶିଂ ମେସିନ ଭିତରକୁ ଦେଖିଥିଲି। ସେତେବେଳକୁ ୱାଶିଂ ମେସିନ ଟି ଜୋରରେ ବୁଲୁଥିବା ବେଳେ ପିଲାଟି ଛଟପଟ ହେଉଥିଲା। ତୁରନ୍ତ ତାକୁ ବାହାରକୁ ଆଣିଥିଲି। ସେତେବେଳକୁ ପିଲାଟିର ହୋସ ନ ଥିବା ବେଳେ ତା’ ଶରୀର ରଙ୍ଗ ନୀଳ ପଡ଼ି ଯାଇଥିଲା।

Advertisment

ଡାକ୍ତରଙ୍କ ଅନୁଯାୟୀ, ଶିଶୁଟି ଭର୍ତ୍ତି ହେବା ପରେ ତା’ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ସେ ସାତ ଦିନ କୋମାରେ ରହିଲା। ଡାକ୍ତରଙ୍କ ଏକ ଟିମ୍ ଦିନ ରାତି ପିଲାଙ୍କ ଉପରେ ନଜର ରଖିଥିଲେ। ପ୍ରାୟ ୧୨ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ପିଲାଟି ସୁସ୍ଥ ହୋଇ ଘରକୁ ଫେରିଛି। ପିଲାଟି ଏବେ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିବା ବେଳେ ସାଧାରଣ ପିଲାଙ୍କ ପରି ଆଚରଣ କରୁଥିବା ଡାକ୍ତର କହିଛନ୍ତି।

Human Interest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe