Advertisment

ଚିକେନ ତରକାରୀରୁ ମିଳିଲା ମୂଷା, ଢାବା ବନ୍ଦ କରିବା ପାଇଁ ଆସିଲା ନୋଟିସ୍‌

ରବିବାର ଅନୁରାଗ ସିଂହ ଓ ତାଙ୍କ ବନ୍ଧୁ ଅମୀନ ବାନ୍ଦ୍ରାରେ ଥିବା ଏହି ଢାବାକୁ ପଞ୍ଜାବୀ ଖାଦ୍ୟ ଖାଇବାକୁ ଯାଇଥିଲେ। ସେମାନେ ମଟନ ଓ ଚିକେନ ଅର୍ଡର କରିଥିଲେ।

Chicken

Chicken

Advertisment

ମୁମ୍ବାଇରେ ଥିବା ଗୋଟିଏ ଢାବାକୁ ସରକାରଙ୍କ ପକ୍ଷରୁ ଆସିଛି ନୋଟିସ। ଏହି ଢାବା ଜଣେ ଗ୍ରାହକଙ୍କୁ ଦେଇଥିବା ଚିକେନ ତରକାରୀରୁ ଛୋଟିଆ ମୂଷା ବାହାରି ଥିଲା। ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏହାକୁ ବନ୍ଦ କରିବାକୁ ସରକାର ନୋଟିସରେ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ(ଏଫଡିଏ) ପକ୍ଷରୁ ‘ପାପା ପହଞ୍ଚା ଦୋ ଢାବା’କୁ ଅସ୍ଥାନୀୟ ରୂପେ ବନ୍ଦ ରଖିବାକୁ ନୋଟିସ କରିଛି। ଏହାପୂର୍ବରୁ ଉକ୍ତ ରେଷ୍ଟୁରାଣ୍ଟ କମ ଢାବାରେ ଅଧିକାରୀମାନେ ଯାଞ୍ଚ କରିଥିଲେ।

ଏହାପରେ ବନ୍ଦ ପାଇଁ ନୋଟିସ କରାଯାଇଛି। ଯାଞ୍ଚ ବେଳେ ଖାଦ୍ୟର ମାନ ଓ ଗୁଣବତ୍ତାକୁ ଏଠାରେ ଆଦୌ ଗୁରୁତ୍ୱ ଦିଆଯାଉ ନଥିବା ଜଣାପଡ଼ିଛି। ତେଣୁ ଆବଶ୍ୟକ ଗାଇଡଲାଥନ ପୂରଣ ନ କରିବା ଯାଏ ପାପା ପହଞ୍ଚା ଦୋ ଢାବାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ରବିବାର ଅନୁରାଗ ସିଂହ ଓ ତାଙ୍କ ବନ୍ଧୁ ଅମୀନ ବାନ୍ଦ୍ରାରେ ଥିବା ଏହି ଢାବାକୁ ପଞ୍ଜାବୀ ଖାଦ୍ୟ ଖାଇବାକୁ ଯାଇଥିଲେ। ସେମାନେ ମଟନ ଓ ଚିକେନ ଅର୍ଡର କରିଥିଲେ।

ତେବେ ପରସା ଯାଇଥିବା ଖାଦ୍ୟକୁ ଦେଖି ଦୁଇ ବନ୍ଧୁ ଚମକି ପଡ଼ିଥିଲେ। ଚିକେନ ତରକାରୀ ଭିତରୁ ଗୋଟିଏ ମଲା ମୂଷାକୁ ଦେଖି ଅନୁରାଗ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏନେଇ ସେ ମ୍ୟାନେଜରଙ୍କୁ ଜଣାଇଥିଲେ ମଧ୍ୟ ସେ ଏହାକୁ ହାଲୁକା ଭାବେ ନେଇଥିଲେ। ତେବେ ଅନୁରାଗ ଏହାପରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ତାଙ୍କ ଅଭିଯୋଗକୁ ଭିତ୍ତି କରି ବୁଧବାର ମ୍ୟାନେଜର, ମୁଖ୍ୟ ରୋଷେୟା ଓ ଚିକେନ ସପ୍ଲାଏରଙ୍କ ବିରୋଧରେ ମାମଲା କରିଛି।

Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe