Advertisment

ବଦଲାପୁର ଯୌନ ନିର୍ଯାତନା ମାମଲା: ସ୍କୁଲ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ହୋଇଥିବା ଆଘାତ ଚିହ୍ନ ସାଇକେଲ ଚଳାଉଥିବା ଯୋଗୁ ହୋଇଛି ବୋଲି ପ୍ରିନ୍ସିପାଲ ଯୁକ୍ତି ରଖିଥିଲେ।

author-image
Hemant Lenka
Badlapur

Badlapur

ମହାରାଷ୍ଟ୍ରର ବଦଲାପୁରରେ ଥିବା ଗୋଟିଏ ସ୍କୁଲରେ ୨ ଜଣ ନର୍ସରୀ ଛାତ୍ରଙ୍କୁ ସୁଇପର ଦେଇଥିବା ଯୌନ ନିର୍ଯାତନା ମାମଲାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଉତ୍ପୀଡ଼ନର ଶିକାର ହୋଇଥିବା ୨ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ପରିବାର ଲୋକ ସ୍କୁଲ ଓ ପୁଲିସ୍‌ ବିରୋଧରେ ଅବହେଳା ଏବଂ ହତାଶାଭାବର ଅଭିଯୋଗ ଆଣିଛନ୍ତି।

Advertisment

ଜଣେ ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ମେଡିକାଲ ରିପୋର୍ଟରୁ ଯୌନ ନିର୍ଯାତନାର ପ୍ରମାଣ ମିଳିଥିଲା। କିନ୍ତୁ ସ୍କୁଲ ପ୍ରିନ୍ସିପାଲ ଏହାକୁ ମାନି ନଥିଲେ। ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ହୋଇଥିବା ଆଘାତ ଚିହ୍ନ ସାଇକେଲ ଚଳାଉଥିବା ଯୋଗୁ ହୋଇଛି ବୋଲି ପ୍ରିନ୍ସିପାଲ ଯୁକ୍ତି ରଖିଥିଲେ।

ପରିବାର ଲୋକ ଆହୁରି ଅଭିଯୋଗ କରିଛନ୍ତି ଯେ ଛୋଟ ଝିଅକୁ ହସ୍ପିଟାଲ ଓ ପୁଲିସ୍‌ ଷ୍ଟେସନରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କୁ ପୁଲିସ୍‌ ଅଧିକାରୀମାନେ ଧମକ ଦେବା ସହ ବଦଲାପୁରରେ ହେଉଥିବା ଆନ୍ଦୋଳନରେ ସାମିଲ ନ ହେବାକୁ ମଧ୍ୟ କହିଥିଲା। ପରିବାର ଲୋକଙ୍କ ଠାରୁ ପୁଲିସ୍‌ ଆନ୍ଦୋଳନରେ ସାମିଲ ନ ହେବା ପାଇଁ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦାବି କରିଥିଲା। ଏଭଳି ଅଭିଯୋଗ ପରେ ସ୍ଥାନୀୟ ପୁଲିସ୍‌ ଓ ପ୍ରଶାସନର କାର୍ଯ୍ୟ ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଗତ ସପ୍ତାହରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସ୍କୁଲରେ ନୂଆ କରି ନିଯୁକ୍ତି ପାଇଥିବା ଜଣେ ସୁଇପର ଶୌଚାଳୟ ନେବା ନାଁରେ ଯୌନ ନିର୍ଯାତନା ଦେଇଥିଲେ। ଏହା ବିରୋଧରେ ବଦଲାପୁରର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨ ନର୍ସରୀ ଛାତ୍ରୀ ଯୌନ ଶୋଷଣ ଶିକାର ହୋଇଥିବା ସେମାନଙ୍କ ପରିବାର ଲୋକ ଅଗଷ୍ଟ ୧୮ରେ ଜାଣିବା ପରେ ଏଫଆଇଆର କରିଥିଲେ। ଶନିବାର ପୁଲିସ୍‌ ୨୪ ବର୍ଷୀୟ ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ଗିରଫ କରିଥିଲା। ହେଲେ ପୁଲିସ୍‌ ତଦନ୍ତରେ ପରିବାର ଲୋକ ସନ୍ତୁଷ୍ଟ ହୋଇନାହାନ୍ତି।

ଅଭିଯୋଗର ୧୨ ଘଣ୍ଟା ପରେ ପୁଲିସ୍‌ ଏଫଆଇଆର ରୁଜୁ କରିଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ପ୍ରିନ୍ସିପାଲ, ଶ୍ରେଣୀ ଶିକ୍ଷକ ଓ ମହିଳା ଆଟେଡାଣ୍ଟଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଛାତ୍ରୀମାନଙ୍କ ପାଇଁ କେମିତି ଜଣେ ପୁରୁଷ ସୁଇପରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିଯୁକ୍ତି ଦେଲେ, ତା’କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Stop Rape Maharashtra Badlapur Sex Abuse