Advertisment

ଗିରଫ ପରେ ଜାମିନରେ ମୁକୁଳିଲେ ବାଗେଶ୍ୱର ଧାମ ମୁଖ୍ୟଙ୍କ ଭାଇ

ସେ ଗୋଟିଏ ଦଳିତ ପରିବାରକୁ ଏପରି ଧମକ ଦେଉଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ବି ହୋଇଥିଲା।

Bageshwar Dham

Bageshwar Dham

Advertisment

ମଧ୍ୟପ୍ରଦେଶ ପୁଲିସ୍‌ ବାଗେଶ୍ୱର ଧାମର ମୁଖ୍ୟ ତଥା ଆତ୍ମଘୋଷିତ ବାବା ଧରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗଙ୍କୁ ଗିରଫ କରିଛି। ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଶାଲିଗ୍ରାମ ଜଣେ ବ୍ୟକ୍ତିଙ୍କୁ ଧମକ ଦେବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ତେଣୁ ଗୁରୁବାର ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଗିରଫ ହେବାର କିଛି ସମୟ ମଧ୍ୟରେ ସେ ଜାମିନରେ ମୁକୁଳିଛନ୍ତି।

Advertisment

ଗର୍ଗ ଓ ତାଙ୍କ ସହଯୋଗୀ ରାଜାରାମ ତିୱାରୀଙ୍କୁ ଆଜି ଛତ୍ରପୁର ପୁଲିସ୍‌ ଗିରଫ କରିଥିଲା। ଏହାପରେ ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଉଭୟ ୨୫ ହଜାର ଟଙ୍କା ଲେଖାଏ ବେଲ ବଣ୍ଡ ଦାଖଲ କରି ଜାମିନ ପାଇଛନ୍ତି।

ଫେବୃଆରୀ ୧୧ରେ ଗନ୍ଧା ଗାଁରେ ଗୋଟିଏ ବାହାଘର ଚାଲିଥିବା ବେଳେ ସେଠାରେ ଗର୍ଗ ଓ ରାଜାରାମ ପହଞ୍ଚିଥିଲେ। ଗର୍ଗ ଏହି ସମୟରେ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ବାହାଘରରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ଗାଳି ଗୁଲଜ କରିବା ସହ ଧମକଚମକ ଦେଇଥିଲେ। ସେ ଗୋଟିଏ ଦଳିତ ପରିବାରକୁ ଏପରି ଧମକ ଦେଉଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ବି ହୋଇଥିଲା।

Advertisment

ଭାଇରାଲ ଭିଡିଓ ଆଧାରରେ ପୁଲିସ ଆଇପିସିର ଧାରା ୨୯୪,୩୨୩,୫୦୬,୪୨୭ ଓ ଏସସି/ଏସଟି ଆଇନ ଅନୁଯାୟୀ ମାମଲା କରିଥିଲା। ଏହାପରେ ଆଜି ଗର୍ଗ ଓ ରାଜରାମକୁ ଗିରଫ କରାଯାଇଥିଲା।

ସେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ହୋଇଥିବାରୁ ଘଟଣାକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି। ଶାସ୍ତ୍ରୀ ହେଉଛନ୍ତି ଗଡା ଗାଁରେ ଥିବା ଭଗବାନ ହନୁମାନଙ୍କ ମନ୍ଦିରର ମୁଖ୍ୟ ପୂଜକ। ଏହି ସ୍ଥାନଟି ବାଗେଶ୍ୱର ଧାମ ଭାବେ ପରିଚିତ।

ଆତ୍ମଘୋଷିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଲୋକଙ୍କ ସମସ୍ୟା ଦୂର କରୁଥିବା ଦାବି କରନ୍ତି। ଏଥିପାଇଁ ସେ ଆୟୋଜନ କରୁଥିବା ସମାବେଶରେ ପ୍ରବଳ ଭିଡ଼ ହୋଇଥାଏ। ତେବେ ନିକଟରେ ସେ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଗଠନ କରିବାକୁ ଆହ୍ୱାନ ଦେବାରୁ ବିବାଦ ସୃଷ୍ଟି ହୋଇଥିଲା। ତାଙ୍କ ନାଁରେ ନାଗପୁରରେ ପୁଲିସ ଅଭିଯୋଗ କରାଯାଇଥିଲା।

Police Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe