Advertisment

ବାଗେଶ୍ୱର ଧାମର ପୀଠାଧିଶ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ

ଜଣେ ବ୍ୟକ୍ତି ଅଜଣା ନମ୍ବରେର ତାଙ୍କ ଭାଇଙ୍କୁ ଫୋନ୍‌ କରି ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ଛତରପୁର ସ୍ଥିତ ବମିଠା ଥାନାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

Bageshwar dham Dhirendra shastri

Bageshwar dham Dhirendra shastri

Advertisment

ଆଜିକାଲି ଚର୍ଚ୍ଚାରେ ବାଗେଶ୍ୱର ଧାମର ପୀଠାଧିଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ତାଙ୍କ ବୟାନକୁ ନେଇ ଜାରି ରହିଛି ବିବାଦ। ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଓ ନିଜକୁ ଚମତ୍କାର ବାବା ବୋଲି କହୁଥିବା ଅଭିଯୋଗ ହୋଇଛି। ଏହାରି ଭିତରେ ତାଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଜଣେ ବ୍ୟକ୍ତି ଫୋନ୍‌ କରି ଜୀବନରେ ମାରିଦେବାକୁ ଧମକ ଦେଇଛି।

Advertisment

ଜଣେ ବ୍ୟକ୍ତି ଅଜଣା ନମ୍ବରେର ତାଙ୍କ ଭାଇଙ୍କୁ ଫୋନ୍‌ କରି ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ଛତରପୁର ସ୍ଥିତ ବମିଠା ଥାନାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।  

ଧୀରେନ୍ଦ୍ରଙ୍କୁହତ୍ୟାଧମକତାଙ୍କଭାଇ ଲୋକେଶ ଗର୍ଗଙ୍କ ଜରିଆରେ ଦିଆଯାଇଛି। ଅମର ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ ମାଧ୍ୟମରେ ଧମକ ଦେଇଛନ୍ତି। ଅମର ସିଂହ ଫୋନରେ ଲୋକେଶଙ୍କୁ କହିଥିଲେ, ଧୀରେନ୍ଦ୍ରଙ୍କ ଏକାଦଶାହ ପାଇଁ ପ୍ରସ୍ତୁତି ହୋଇଯା'ନ୍ତୁ। ଏହାପେର ସେ ଫୋନ୍‌ କାଟି ଦେଇଥିବା ସୂଚନା ମିଳିଛି।

Advertisment

ଜାନୁଆରୀ ୨୨ ତାରିଖ ୯ଟା ୧୫ ମିନିଟ୍‌ରେ ଲୋକେଶଙ୍କୁ ଏହି ଧମକ ପୂର୍ଣ୍ଣ ଫୋନ୍‌ କଲ୍ ଆସିଥିବା ସୂଚନା ମିଳିଛି। ଏହି ଧମକ ମିଳିବା ମାତ୍ରେ ସେ ସିଧାସଳଖ ପୁଲିସ ସହ ଯୋଗାଯୋଗ କରିଥିଲେ। ମଧ୍ୟପ୍ରଦେଶର ଛତରପୁରର ବମିଠା ପୁଲିସ ଏହି ମାମଲାରେ ଧାରା ୫୦୬ ଏବଂ ୫୦୭ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଛତରପୁର ଏସ୍‌ପି ସଚିନ ଶର୍ମା କହିଛନ୍ତି, ଧମକ ଦେଇଥିବା ବ୍ୟକ୍ତି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁଥିଲେ। ସେ ଅତ୍ୟନ୍ତ ଚିନ୍ତିତ ଥିଲେ। କିନ୍ତୁ ଗର୍ଗ ଯେତେବେଳେ ଧୀରେନ୍ଦ୍ର ତାଙ୍କ ସହ କଥା ହେବେନି ବୋଲି ଜଣାଇଥିଲେ ସେତେବେଳେ ସେ ହତ୍ୟା ଧମକ ଦେଇଥିଲେ। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe