Advertisment

ଭୋଜି ଖାଇବା ପରେ ବିଗିଡ଼ିଗଲା ୪୧ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଭୋଜି ଖାଇ ଅସୁସ୍ଥ ହୋଇ ପଡ଼ିଲେ ୪୧ ଜଣ। ଅସୁସ୍ଥଙ୍କ ମଧ୍ୟରେ ବୟସ୍କଙ୍କଠୁ ଆରମ୍ଭ କରି ଛୋଟ ପିଲା ବି ଅଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Medical

Medical

ତିଳକ ସମାରୋହ ଭୋଜି ଖାଇ ଅସୁସ୍ଥ ହୋଇ ପଡ଼ିଲେ ୪୧ ଜଣ। ଅସୁସ୍ଥଙ୍କ ମଧ୍ୟରେ ବୟସ୍କଙ୍କଠୁ ଆରମ୍ଭ କରି ଛୋଟ ପିଲା ବି ଅଛନ୍ତି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ବହରାଇଚରେ ଘଟିଛି। ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଉତ୍ତରପ୍ରଦେଶର ମହରି ବୋକହା ଗାଁରେ ଗତ ୧୨ ତାରିଖ ସନ୍ଧ୍ୟାରେ ଶ୍ୟାମ ଲାଲଙ୍କ ପୁଅର ତିଳକ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭୋଜିଭାତର ବି ଆୟୋଜନ ହୋଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ମାତ୍ର ଭୋଜିରୁ ଫେରିବା ପରେ ଗତକାଲି ବହୁ ସଂଖ୍ୟାରେ ଲୋକଙ୍କ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା।

୪୧ ଜଣଙ୍କ ଅବସ୍ଥା ବିଗିଡ଼ିବାରୁ ତୁରନ୍ତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଜିଲ୍ଲାପାଳ ମୋନିକା ରାଣୀ ଓ ଏସ୍‌ପି ବୃନ୍ଦା ଶୁକ୍ଳା ବି ମେଡିକାଲ କଲେଜରେ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

Advertisment

ପୁଲିସ୍ ଓ ଖାଦ୍ୟ ନିରାପତ୍ତା ଟିମ୍ ଗାଁରେ ପହଞ୍ଚି ଭୋଜିର ନମୁନା ସଂଗ୍ରହ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଫୁଡ ପଏଜନିଂ ବୋଲି ଜଣାପଡ଼ୁଛି। ଘଟଣାର ତଦନ୍ତ ଚାଲିଛି। ଏମରଜେନ୍ସି ଟିମ୍‌କୁ ଆଲର୍ଟ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଏନେଇ ଏସ୍‌ପି କହିଛନ୍ତି, ଖାଦ୍ୟ ନମୁନାରୁ ଦୂଷିତ ପଦାର୍ଥ ମିଶିଥିବାର ପ୍ରମାଣ ମିଳିଲେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Uttar Pradesh